ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଘୋଷଣାକୁ ବିଧାୟକମାନେ ଗ୍ରହଣ କରୁନାହାନ୍ତି

0 60

ରାଜନଗର: ରାଜ୍ୟରେ ମହାମାରୀ କରୋନା ସମୟରେ ସରକାରଙ୍କ ନିର୍ଦେଶ ପ୍ରକାରେ ‌ନିଜଜୀବନ ଓ ପରିଵାରକୁ ଜଳାଞ୍ଜଳୀ ଦେଇ କରୋନାକୁ ମୁକାବିଲା କରିବାପାଇଁ ଜନସେବାରେ ଲାଗିପଡିଥିଲେ,ଆଶା, ଅଙ୍ଗନବାଡ଼ି ଓ ମହିଳା ସ୍ବାସ୍ଥ୍ୟକର୍ମୀ‌ ସମେତ ପୋଲିସ , ଡାକ୍ତର ଏବଂ ସାମ୍ବାଦିକମାନେ। ଏମାନଙ୍କ ମଧ୍ୟରୁ କରୋନା କାର୍ଯ୍ୟରେ ନିୟୋଜିତ ହୋଇ ଥିବା‌ କେତେକ କର୍ମଚାରୀ ଓ ସାମ୍ବାଦିକଙ୍କର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ପ୍ରମାଣ ରହିଛି। ସେମାନଙ୍କର ନିଷ୍ଠାପର କାର୍ଯ୍ୟକୁ ତଦାରଖ କରି ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ। ସରକାରଙ୍କ ନିଷ୍ପତି କ୍ରମେ ବିଧାୟକମାନେ ନିଜ ପାଣ୍ଠିରୁ ତୃତୀୟ ଲହରୀ କରୋନାକୁ ‌ଆଖିଆଗରେ ରଖି ଯେଉଁ କିଟ୍ ବଣ୍ଟନ କରାଗଲା ତାହା ଜନସାଧାରଣଙ୍କ ସୁରକ୍ଷା ସେବା ପାଇଁ ସ୍ଵାଗତ ଯୋଗ୍ୟ ହୋଇଥିଲା। କିନ୍ତୁ ଦୁଃଖ ଓ ପରିତାପର ବିଷୟ କିଟ୍ ବଣ୍ଟା ହେବା ସମୟରେ ଵିଧାୟକ ଗଣମାଧ୍ୟମରେ କହିଲେ ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ, ଓ ଆଶାକର୍ମୀ ମାନେ ଆଗଧାଡିରେ ଥିବା ‌କରୋନା ଯୋଦ୍ଧାଙ୍କୁ ଆମେ କିଟ୍ ବଣ୍ଟନ କରୁଛୁ, ହେଲେ ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିବା ୪ର୍ଥ ସ୍ତମ୍ଭର ଗଣମାଧ୍ୟମ (ସାମ୍ବାଦିକ )ନାମକୁ ବିଧାୟକମାନେ ଗ୍ରହଣ ନ କରିବା ପଛରେ କି କାରଣ ଥାଇପାରେ ଵୋଲି ବୁଦ୍ଧିଜୀବୀ ମହଲରେ‌‌ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏପରି ସ୍ଥଳେ ସାଧାରଣରେ ପ୍ରଶ୍ନ ଉଠିଛି, ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିଥିବା ସତ ନା ବିଧାୟକଙ୍କ କଥା ସତ? ଏନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଯୋର ଧରିଥିବା ବେଳେ ସାମ୍ବାଦିକ ମାନଙ୍କୁ ‌ବିଧାୟକମାନଙ୍କ ଏପରି କଥା ଵହୁତ ଆଘାତ ଦେଇଛି।ପ୍ରକାଶ ଥାଉକି କିଛି ସାମ୍ବାଦିକ ବିଧାୟକଙ୍କ ବେନୀୟମ କାର୍ଯ୍ୟକଳାପକୁ ନେଇ ବାରମ୍ବାର ମିଛସତ ଖବରକାଗଜରେ ଖବର ପ୍ରସାରଣ କରି ‌ଶେଷରେ ତାଙ୍କ ପଛରେ ଗୋଡାଣିଆ ହୋଇ ଠିକାଦାର ପାଲଟିବା ସହ ବିଭିନ୍ନ ସମୟରେ ତାଙ୍କ ସପକ୍ଷରେ କେତେକ ମିଛଘଟଣାକୁ ସତରେ ପରିଣତ କଲାଭଳି ନିଉଜ କରାଯାଉଛି।ଯାହା କି ଆଜି ତାର ଫଳ ସ୍ବରୂପ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଵୋଲି କହିବାକୁ ପାଟିଖୋଲୁ ନାହିଁ। ଏଭଳି ଆଚରଣଙ୍କୁ କର୍ମଜୀବୀ ସାମ୍ବାଦିକମାନେ ବରଦାସ୍ତ ନ କରି ‌ଏହାର ଉଚିତ୍ ‌ଜଵାଵ ଦିଆଜିବ ଵୋଲି ସାମ୍ବାଦିକଙ୍କ ସହ ସ୍ବର ମିଳାଇ ସଚେତନ ନାଗରିକମାନେ ଚେତାବନୀ ଦେଇଛନ୍ତି।

ରାଜନଗର ଇପିଏ ରୁ ସୁକାନ୍ତ ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.