
ମୁନିଗୁଡ଼ା : ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୂମା ପାଇକସାହି ବିଜୁ ପଟ୍ଟନାୟକ ଯୁବକ ସଂଘ ଆନୁକୂଲ୍ୟରେ ଆଜି 34ତମ ମହାଲକ୍ଷ୍ମୀ ପୂଜା ପାର୍ବାଣ ପାଇଁ କୋଭିଡି ନିୟମ ଅନୁସାରେ ଶୁଭଖୁଣ୍ଟି ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଵୋଲି ପୂଜା କମିଟିର ସଭାପତି ପୂର୍ଣଚନ୍ଦ୍ର ଗଉଡ ପ୍ରକାଶ କରିଛନ୍ତି ଏହି ଶୁଭଖୁଣ୍ଟି ସ୍ଥାପକୁ ମୁନିଗୁଡା ଅଞ୍ଚଳର ବରିଷ୍ଠ ପୂଜକ ଶ୍ରୀ ଜଗବନ୍ଧୁ ପଣ୍ଡାଙ୍କ ନେତୃତ୍ୱରେ ତାଙ୍କର ସହକାରୀ ପୂଜକ ନିକୁଞ୍ଜ ଵିହାରୀ ଶତପଥି ଓ ସଦାନନ୍ଦ ମହାପାତ୍ର ପ୍ରମୁଖ ନୀତିନିୟମ ଅନୁଯାୟୀ ପୂଜାର୍ଚ୍ଚନା କରି ଶୁଭଖୁଣ୍ଟି ସ୍ଥାପନା କରିଥିଲେ, ପୂଜାକମିଟିରସଭାପତି ଶ୍ରୀ ଗଉଡଙ୍କସମେତ କ୍ଲବର ସଭାପତି ଚକ୍ରପାଣି ମାର୍ଥା ,ବାବା,ସୀମାଞ୍ଚଳ ସାହୁ, ନନ୍ଦକିଶୋର ପଟ୍ଟନାୟକ,ପି,ସନ୍ତୋଷ,ଓ ବହୁ ସଭ୍ୟ ଉପସ୍ଥିତ ଥିବା ବେଳେ ଅରକ୍ଷିତ ମାର୍ଥା ସଙ୍କଳ୍ପ ରେ ବସିଥିଲେ।ଏହିପୂଜା ପର୍ବକୁ ସରକାରଙ୍କ କୋଭିଡି ଗାଇଡଲାଇନ୍ କୁ କଡାକଡି ଭାବେ ପାଳନ କରାଯିଵ। ତେଣୁ ମହାଲକ୍ଷ୍ମୀଙ୍କ ପୂଜା ପାର୍ବଣ ତା 9.12.021ରିଖ ଠାରୁ ଆରମ୍ଭ ହୋଇ ତା19.12.021ପର୍ଯ୍ୟନ୍ତ ଚାଲିବ। ସରକାରଙ୍କର ଆଦେଶକୁ ଅପେକ୍ଷା ରହିଛି,ଯଦି ସରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ଘୋଷଣା କରନ୍ତି, ସେତେବେଳେଦର୍ଶକଙ୍କ ମନୋରଞ୍ଜନ ପାଇଁ ର୍ସାଂସ୍କୃତିକ କାର୍ଯ୍ୟକ୍ରମ,ଅପେରା,ମିନାବଜାର,ସର୍କସ ଆଦି ଅଣିବାକୁ ଚେଷ୍ଟା କରାଜିବ ଵୋଲି ପୂର୍ଣ୍ଣଚନ୍ଦ୍ର ଗଉଡ ପ୍ରକାଶ କରିଛନ୍ତି।
ଇପିଏ ରୁ ସୁକାନ୍ତ ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )