ମୁନିଗୁଡାରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରଣ ହୁଙ୍କାର

0 16

ମୁନିଗୁଡା-କେନ୍ଦ୍ରରେ ବିଜେପି ସରକାର ଉଜ୍ଜଳା ଯୋଜନା ମାଧ୍ୟମରେ ଗରିବ ଜନସାଧାରଣମାନଙ୍କୁ ପ୍ରଲୋଭନ ଦେଖାଇ ମାଗଣାରେ ରନ୍ଧନ ଗ୍ୟାସ ଯୋଗାଇ ଥିଲେ। କିନ୍ତୁ ପରଵର୍ତ୍ତୀ ସମୟରେ ରିହାତିକୁ କାଟକରି ରନ୍ଧନ ଗ୍ୟାସ ଟାଙ୍କି ପିଛା ୬ ଶହରୁ ଉର୍ଦ୍ଧ୍ବ ଟଙ୍କା ବୃଦ୍ଧି କରି ହଜାର ଟଙ୍କାରେ ପହଞ୍ଚିଲାଣି। ଯାହାଦ୍ବାରା ରୋଷେଇ ଘରୁ ଗ୍ୟାସ୍ ସିଲିଣ୍ଡର୍ ଉଭାନ ହୋଇଗଲାଣି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ବିଷମକଟକ ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ନିର୍ଦ୍ଦେଶରେ ଆଜି ମୁନିଗୁଡା ବ୍ଲକ୍ ବିଜେଡି ସଭାପତି ଶ୍ରୀରତନ ଲାଲ ଜୈନ୍ ଓ ରାୟଗଡା ଜିଲ୍ଲା ବିଜେଡି ସମ୍ପାଦକ ତଥା ଦଳୀୟ ସଙ୍ଗଠକ,ସମାଜ ସେଵୀ ପୂର୍ଣ୍ଣଚନ୍ଦ୍ର ଗଉଡ ଙ୍କ ନେତୃତ୍ବରେ ମୁନିଗୁଡା ବ୍ଲକ ର ମହିଳା,ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବ୍ଲକ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ବିକ୍ଷୋଭ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଵ୍ଲକ ନିକଟରେ ପହଞ୍ଚି ଗଣଧାରଣା ଦେଵା ସହ କେନ୍ଦ୍ରରେ ଜନମାରଣ ନୀତି , ଅତ୍ୟାବଶ୍ୟକୀୟ ସାମଗ୍ରୀ ରୋଷେଇ ଗ୍ୟାସ ଅହେତୁକ ମୂଲ୍ୟବୃଦ୍ଧିକୁ ବିରୋଧ କରିବା ସହ ତୁରନ୍ତ କେନ୍ଦ୍ରସରକାର ଏହାର ମୂଲ୍ୟ କମାଇବା ସହ ପୂର୍ଵପରୀ ରିହାତି ପ୍ରଦାନ କରିବାକୁ ଦାବୀ କରି ରନ୍ଧନ ଗ୍ୟାସ ଯୋଜନାକୁ ଅନ୍ଧାର ଗ୍ୟାସ ଯୋଜନା ବୋଲି ବିବେଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ବୃନ୍ଦାବନ ପାଢୀ,କାକୁନା ବେହେରା,ମହିଳାନେତ୍ରୀ ଶଙ୍କୁନ୍ତଳା ନୁଣ୍ଡୃକା,ସମତି ସଭ୍ୟା ଲବଣୀ ପାଣିଗ୍ରାହି ସମେତ ବହୁ ସଦସ୍ୟ ଓ ସଦସ୍ୟା ଯୋଗଦେଇଥିଲେ।

ଇପିଏ ରୁ ସୁକାନ୍ତ ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.