ମୃତ୍ୟୁ ଗୋବିନ୍ଦ କୁମ୍ଭାର ଙ୍କ ପରିବାର ଙ୍କୁ ନ୍ଯାୟ ପ୍ରଦାନ ଦାବି

0 77

ପଦ୍ମପୁର : ବରଗଡ଼ ଟାଉନଥାନା ପୋଲିସ ହେପାଜତରେ ତୋରା ଗାଁ ଗୋବିନ୍ଦ କୁମ୍ଭାର ଙ୍କ ମୃତ୍ୟୁ ଘଟଣା ରେ ଗୋବିନ୍ଦ ଙ୍କ ପରିବାର ଙ୍କୁ ନ୍ଯାୟ ପ୍ରଦାନ ଦାବିରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଘାସି ସମାଜ ର ସମର୍ଥନ ।ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ ସଫେଇ କାମ ବନ୍ଦ କରି ଦିନିକିଆ ଆନ୍ଦୋଳନ ଓ ରେଲି କରିଛନ୍ତି । ଘାସି ସମାଜ ର ଆବାହକ ନିଲ ସିନ୍ଧିରିଆ ଓ ସମ୍ପାଦକ ଉମେଶ ସୁନା ଙ୍କ ନେତୃତ୍ବରେ ପଦ୍ମପୁର ଘାସି ସମାଜ ଏକତ୍ରିତ ହୋଇ ମୃତ ଗୋବିନ୍ଦ କୁମ୍ଭାର ଓ ତାଙ୍କ ପତ୍ନୀ ରୁବି କୁମ୍ଭାର ଓ ତାଙ୍କ ଦୁଇ ନାବାଳିକା ଶିଶୁ ଙ୍କ ସମେତ ଗୋବିନ୍ଦ ଙ୍କ ମାତା ପିତା ଙ୍କ ଭରଣପୋଷଣ ସହ ଅଭିଯୁକ୍ତ ଙ୍କୁ ଗିରଫ ଦାବି କରିଛନ୍ତି ।

ପଦ୍ମପୁର ଇପିଏ ରୁ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.