ମୃତ ମମିତାଙ୍କ ଭାଇକୁ ଭେଟିଲେ ବିଜେଡି ବିଧାୟକ ପ୍ରାର୍ଥୀ

0 15

ବଲାଙ୍ଗିର: ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ଙ୍କର ଭାଇଙ୍କୁ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଭେଟି ଆଲୋଚନା କରିଛନ୍ତି। କଣ୍ଟାବାଜିଂ ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ ଆଜି ଝରଣୀ ଗାଁକୁ ଯାଇଥିଲେ। ସେ ଗାଁର ଜଣେ ବିଜେଡି କର୍ମୀଙ୍କ ଘରେ ରହି ମୃତ ମମିତା ମେହେରଙ୍କ ଭାଇ ବଣ୍ଟି ମେହେରଙ୍କୁ ଦେଖାକରିଛନ୍ତି। ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ସହ ଦେଖା କରି ଆଲୋଚନା କରିଛନ୍ତି । ସେଠାରେ ଉଭୟଙ୍କ ଭିତରେ ବହୁ ସମୟ ଧରି ଆଲୋଚନା ହୋଇଥିଲା। ଏପରିକି ହସ୍ପିଟାଲ୍‌ ଯାଇଥିବା ମମିତାଙ୍କ ବାପାଙ୍କ ସହିତ ଫୋନରେ ଅଜୟ ଦାସ କଥା ହୋଇଥିବା ଜଣାପଡ଼ିଛି। ତେବେ ଏହି ଆଲୋଚନା ନେଇ ବଣ୍ଟି ମୁହଁ ଖୋଲୁ ନାହାନ୍ତି।

ଇପିଏରୁ ବିରଞ୍ଚି ନାରାୟଣ ପାତ୍ରୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.