ମେଗା ଆଇନ ସହାୟତା ଶିବିର ଅନୁଷ୍ଠିତ

0 2

ବିକଳ୍ପ ବିବାଦ ସମାଧାନ କେନ୍ଦ୍ର, ସିଭିଲ୍‌ କୋର୍ଟ ପରିସର, ବଲାଙ୍ଗିର ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ-ତଥା-ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ମେଗା ଆଇନ ସହାୟତା ଶିବିର ଓ ଆଇନ ସମ୍ବନ୍ଧିୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଅଛି । ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ର, ଆରକ୍ଷୀ ଅଧୀକ୍ଷକ ନିତିନ କୁଶଳକର , ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗିର, ଅନନ୍ତ ନାରାୟଣ ସିଂ ଲାଗୁରି, ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବଲାଙ୍ଗିର, ଡା. ଭିମ ସାହୁ, ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହା ସହିତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ମଞ୍ଚାସିନ ସମସ୍ତ ଅତିଥି ବୃନ୍ଦ ଏହି ମେଗା ଆଇନ ସହାୟତା ଶିବିର ସମ୍ବନ୍ଧରେ ଆଲୋକପାତ କରିଥିଲେ । ପ୍ରାଧିକରଣ ତରଫରୁ ଆୟୋଜିତ ଆଇନ ସମ୍ବନ୍ଧୀୟ ପ୍ରଦର୍ଶନୀ ମେଳାରେ ପ୍ରଦର୍ଶିତ ଆଇନ ସମ୍ବନ୍ଧିୟ ବିଷୟବସ୍ତୁ ଗୁଡିକର ପ୍ରତିଛବି ଉପୋରକ୍ତ ସମସ୍ତ ଅଧିକାରୀ ବୁଲି ଦେଖିବା ସହ ପ୍ରଶଂସା କରିଥିଲେ । ଏହି ମେଳାରେ ଭାରତୀୟ ବିଚାର ବିଭାଗ ଦ୍ୱାରା ପ୍ରକାଶିତ ହୋଇଥିବା ବିଭିନ୍ନ ଯୁଗାନ୍ତକାରୀ ଏବଂ ଉଦାହରଣ ସୃଷ୍ଟିକାରୀ ରାୟମାନଙ୍କର ବିବରଣୀ ପ୍ରତିଛବି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହା ସହିତ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ କିଭଳି ଭାବରେ ସୃଷ୍ଟି ହୋଇଥିଲା, କେଉଁ ସମ୍ବିଧାନର ଧାରା ଦ୍ୱାରା ସୃଷ୍ଟି ହୋଇଥିଲା ଏବଂ ଏହି ସଂସ୍ଥା ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନାଗୁଡିକୁ ପ୍ରତିଛବି ଦ୍ୱାରା ସର୍ବସାଧାରଣଙ୍କ ଉପଲକ୍ଷେ ପ୍ରଦର୍ଶିତ କରାଯାଇଥିଲା । ଏହି ମେଳାରେ ଭାରତୀୟ ବିଚାର ବିଭାଗର ଉଲ୍ଲେଖନୀୟ ବିଚାର ଧାରା ସଂପର୍କରେ ବିବରଣୀ ବହନ କରୁଥିବା ପ୍ରତିଛବି ପ୍ରଦର୍ଶିତ କରାଯାଇଥିଲା । ଏହି ମେଳାକୁ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସାଧାରଣ ଜନତା ଏବଂ ଅନ୍ୟାନ୍ୟ ବର୍ଗର ବ୍ୟକ୍ତିବିଶେଷ ପରିଦର୍ଶନ କରିବା ସହିତ ଭାରତୀୟ ବିଚାର ବିଭାଗ ବିଷୟରେ ଅନେକ ଉପାଦେୟ ତଥ୍ୟ ପାଇପାରିଥିଲେ । । ଏହି ଶିବିରରେ କୋରୋନା ମହାମାରୀ କାଳରେ ପିତାମାତା କିମ୍ବା ପିତାମାତାଙ୍କ ମଧ୍ୟରୁ ଜଣକୁ ହରାଇ ଅସହାୟ ହୋଇଥିବା ଶିଶୁମାନଙ୍କୁ ଚିହ୍ନଟ କରାଯାଇ ଆଶୀର୍ବାଦ ଯୋଜନାରେ ସ୍ୱତନ୍ତ୍ର ଭାବେ ସହାୟତା ପ୍ରଦାନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ୨୨ ଜଣ ହିତାଧିକାରୀଙ୍କୁ ଭତ୍ତା, ବିବାହ ପ୍ରୋତ୍ସାହନ, ସ୍ମାର୍ଟ ବ୍ଲାଇଣ୍ଡ ଷ୍ଟିକ, ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା ।

ବଲାଙ୍ଗୀର ଇପିଏ ରୁ ଅଞ୍ଜୁ ପୃଷ୍ଟି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.