ବ୍ରହ୍ମପୁର: ଧନନ୍ତରୀ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ବ୍ରହ୍ମପୁର ଠାରେ ମାଗଣା ମେଗା ଆର୍ୟୁବେଦ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସହରର କୋଠାରୀ ମନ୍ଦିର କଲ୍ୟାଣ ମଣ୍ଡପରେ ଅଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା, ଆର୍ୟୁବେଦ ମହାବିଦ୍ୟାଳୟ ଓ ଆଲନା ବେଦିକ୍ କମ୍ପାନୀର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ମେଗା ସ୍ୱାସ୍ଥ୍ୟ ଶିବିରକୁ କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିପିନ ବିହାରୀ ଖୁଂଟିଆଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବହୁ ଲୋକ ଉପସ୍ଥିତ ରହି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ସହ ମାଗଣାରେ ଔଷଧ ବଂଟନ କରିଥିଲେ । ଶିବିରକୁ ଡ. ଚିନ୍ମୟ ଭବାନୀ ପ୍ରସାଦ, ବଳରାମ ପ୍ରଧାନ, ପୂର୍ବତନ କର୍ପୋରେଟର ମମତା ବିଷୋୟୀ, ଟ୍ରଷ୍ଟ୍ ର ସଦସ୍ୟ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଡ. ପ୍ରଭାକର ସାମଲ, ଡ. ସୁରମା ମିଶ୍ର, ଡ. ଚିନ୍ମୟ ଭବାନୀ ପ୍ରସାଦ, ଡ. ସ୍ୱପ୍ନା ସ୍ୱୟଂପ୍ରଭା, ଡ. ନିବେଦିତା ମହାପାତ୍ର, ଡ. ଶିବ ପ୍ରସାଦ ରାଉତ, ଡ. ସ୍ୱଭାଗ୍ୟ କୁମାର ମହାଲିକ୍, ଡ. ଅଶ୍ୱିନୀ ସାହୁ, ଡ. ଘାଷିରାମ ସାହୁ, ଡ. ଅଂଶୁମାନ ବିଶ୍ୱାଳ, ଡ. ସୁବ୍ରତ କୁମାର ଓଝା, ଡ. ଅର୍ପିତା ସିଂ, ଡ. ଶିବାନୀ ଦାସ, ଡ. ସ୍ଥିତପ୍ରଜ୍ଞା ବିଶ୍ୱାଳ, ଡ. ବଳରାମ ପ୍ରଧାନ, ବୃନ୍ଦାବନ ସାହୁ, ଅଶୋକ ନିମାଇ, ଜ୍ୟୋତ୍ସ୍ନାରାଣୀ ନାୟକ, ମଞ୍ଜୁଳା ମାଝି, ଜୟା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
ଗଂଜାମ ଇପିଏ ରୁ ନରସିଂହ ଡାକୁଆଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )