ମେଧାବୀ ସମ୍ବର୍ଦ୍ଧନା ଉତ୍ସବ – ୨୦୧୧ : ଶିକ୍ଷାର୍ଥୀଙ୍କୁ ପ୍ରେରଣାଦାୟୀ

0 4

ବଡ଼ଚାଟରା ଉନ୍ନୟନ ପରିଷଦ ଆନୁକୂଲ୍ୟରେ ୨୦୨୦-୨୧ ବର୍ଷରେ ଦଶମ ବୋର୍ଡ, +୨ ତଥା +୩ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ଗ୍ରାମର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସମ୍ବର୍ଦ୍ଧନା ଉତ୍ସବ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜନ କରାଯାଇଥିଲା l ବଡ଼ଚାଟରା ଗ୍ରାମରେ ଏଭଳି ଆୟୋଜନ ପ୍ରଥମ l ଗ୍ରାମାଞ୍ଚଳରେ ଏପରି ଆୟୋଜନ ଆଗାମୀ ଦିନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଗ୍ରାମାଭିମୁଖୀ କରାଇବ l ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ହାଡିବନ୍ଧୁ ମହାନ୍ତଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ଲବ୍ଧ ଶିକ୍ଷୟତ୍ରୀ ବୀଣାପାଣି ସାହୁ, ସ୍ଥାନୀୟ ଡାକ ଅଧିକାରୀ ଅଶ୍ବିନୀ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିକ୍ଷାର୍ଥୀମାନଙ୍କ ଶୈକ୍ଷିକ ମାନବୃଦ୍ଧି ନିମନ୍ତେ ବିଭିନ୍ନ ଉପଦେଶ ଦେଇଥିଲେ l

ଏହା ଗ୍ରାମ ତଥା ଗ୍ରାମର ପ୍ରଗତି କ୍ଷେତ୍ରରେ ନୂତନ ପିଢିଙ୍କୁ ଯୋଡିବାର ଏକ ମହତ ପ୍ରୟାସ ବୋଲି ସଭାପତି ହାଡିବନ୍ଧୁ ମହାନ୍ତ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ l
ଶ୍ରୀମାନ ସାହିଲ ସାହୁ, କୁମାରୀ ପୂଜା ଆରାଧନା ସାହୁ, ଶ୍ରୀମାନ ରାଜେଶ ମହାନ୍ତ, କୁମାରୀ ମନାମୀ ମହାନ୍ତ ,କୁମାରୀ ପ୍ରୀତିସ୍ମିତା ସାହୁ, କୁମାରୀ ତନୁଶ୍ରୀ ମହାନ୍ତ, କୁମାରୀ ସଞ୍ଜୁକ୍ତା ପୃଷ୍ଟି, ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତ, ଶ୍ରୀମାନ ଦିବ୍ୟାଂଶୁ ଶେଖର ବଶା କୁମାରୀ ଅଲିଶା ଵଶା, ଶ୍ରୀମାନ ଅଭିଷେକ ସାହୁଙ୍କୁ ସମ୍ବର୍ଦ୍ଧନା ପତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l କୋଷାଧ୍ୟକ୍ଷ ଅଶୋକ କୁମାର ପୃଷ୍ଟି, ପରିଷଦର ସଭ୍ୟ, ସଭ୍ୟା ତଥା ଗ୍ରାମବାସୀଙ୍କର ସହଯୋଗରେ ଉତ୍ସବ ସଫଳ ହୋଇଥିଲା l

ମୟୂରଭଞ୍ଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.