ମୟୁରଭଂଜ ଜିଲ୍ଲା ମିରିଗିଦାରୀ ଗ୍ରାମରେ କୁଡୁମୀ ସେନା ଓଡ଼ିଶା ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0 5

ମୟୁରଭଂଜ ଜିଲ୍ଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତ ମିରିଗିଦାରୀ ଗ୍ରାମରେ କୁଡୁମୀ ସେନା ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, କୁଡୁମୀ ସେନା କୁଡ଼ିମି ସମ୍ପ୍ରଦାୟର ସାର୍ବଜନୀକ ଉନ୍ନତି, ସଂସ୍କୃତି, ଆଚାର ବ୍ୟବହାର ସମେତ ନିଜର ପୂର୍ବଦାବି ପୁନଃ ଆଦିବାସୀ ତାଲିକା ଭୁକ୍ତ କରିବା ପ୍ରଭୃତି ଆଲୋଚନା ର ବିଷୟବସ୍ତୁ ଥିଲା।ସର୍ବ ରାଜନୈତିକ ଉର୍ଦ୍ଧରେ ରହି ରାଜ୍ୟ ଓ କେନ୍ଦ୍ର ନିକଟରେ ହୋକ୍ ନେବାର ଆଜିର ଉଦ୍ଦେଶ୍ୟ। ଆଜିର ସଚେତନତା ଶିବିରରେ ବଡ଼ସାହି ବ୍ଲକର କୁଡୁମୀ ସେନା ଓଡ଼ିଶାର ରାଜ୍ୟ ସଭାପତି ସ୍ନେହାସିସ ମହାନ୍ତ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟ ଅତିଥିଭାବେ କୁଡୁମିସେନା ଓଡ଼ିଶାର ରାଜ୍ୟ ସଭାପତି ଜୈମୁନି ମହାନ୍ତ,ରାଜ୍ୟ ମହିଳା ସେନା ସଭାପତି ସୁଜାତା ମହାନ୍ତ, ମୟୁରଭଂଜ ଜିଲ୍ଲା ସଭାପତି ଡ଼ମ୍ବୁରୁଧର ମହାନ୍ତ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାଇରାମ ମହାନ୍ତ, ସୌଭାଗ୍ୟ ଦିଦି,ସୁମନା ଦିଦି ଯୋଗଦେଇଥିଲେ କୁସୁମୀ ସେନା ଓଡ଼ିଶାର ବଡ଼ସାହି ବ୍ଲକ ସଂପାଦକ ରତିକାନ୍ତ ମହାନ୍ତ, ସନ୍ତୋଷ ମହାନ୍ତ,ବିନୋଦ ମହାନ୍ତ,କାର୍ତ୍ତିକ ମହାନ୍ତ ସମେତ ସହସ୍ରାଧିକ କୁଡୁମୀ ସମ୍ପ୍ରଦାୟର ପୁରୁଷ ଓ ମହିଳା ଯୋଗ ଦେଇଥିଲେ

ମୟୁରଭଂଜ ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.