ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ସହର ସୁବର୍ଣ୍ଣପୁର ରେ ଦଶହରା ପର୍ବ ଅନୁଷ୍ଠିତ l

0 5

ଆଜି ହେଉଛି ପବିତ୍ର ଦଶହରା ବା ବିଜୟାଦଶମୀ । ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ସହର ଭାବେ ପରିଚିତ ସୁବର୍ଣ୍ଣପୁରେ କରୋନା କଟକଣା ଭିତରେ ଜଗତଜନନୀ ଦେବୀ ଦୁର୍ଗାଙ୍କୁ ଆବାହନ କରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଁ ଦୁର୍ଗା ।ଗତ ଆଶ୍ବିନ ଅମାବାସ୍ୟା ଠାରୁ ସମସ୍ତ ଅଷ୍ଟଚଣ୍ଡୀଙ୍କ ପୀଠମାନଙ୍କରେ ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ଏକ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏବେ ମାଁ ଦୁର୍ଗାଙ୍କୁ ବିଭିନ୍ନ ପୀଠମାନଙ୍କରେ ପୂଜାର୍ଚ୍ଚନା ଯୋଗୁଁ ସହରରେ ଏବେ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଛି ।ସହରର ଗଡଭିତରର ଦୁର୍ଗାମନ୍ଦିର,ଥନାପତି ପଡା,ବ୍ଲକଛକ, ଘୋଡାଘାଟପଡା, ଟିକିରି ପଡା , ଗୁଣ୍ଡିଚା ମନ୍ଦିର, ଦୁର୍ଗା ମଣ୍ଡପ ଛକରେ ମାଁଙ୍କ ମୃଣୟୀ ମୁର୍ତ୍ତି ପୂଜା ପାଉଥିବା ବେଳେ ଆମେ ଆସି ପହଂଚିଛୁ ବ୍ଲକଛକ ଦୁର୍ଗାମଣ୍ଡପରେ ।ଏଠାରେ ପ୍ରତିବର୍ଷ ଦୁର୍ଗାପୂଜା ସାଙ୍ଗକୁ ରାବଣ ପୋଡି ଉତ୍ସବ ଯାକଜମକରେ ପାଳନ କରାଯାଇଥାଏ ।ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ରାବଣ ପୋଡି ଉତ୍ସବ ବନ୍ଦ ଥିବା ବେଳେ ବିନା ଭକ୍ତରେ ଦୁର୍ଗାପୂଜା କରାଯାଉଛି ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦେଇଥିବା ଗାଇଡଲାଇନ କୁ ପାଳନ କରି ଏହି ପୂଜାମଣ୍ଡପ ଗୁଡିକରେ ମାଁଙ୍କ ପୂଜାର୍ଚ୍ଚନା କରାଯାଉଛି l

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.