ଯାଜପୁର ଜିଲା ରେ କଇଁ ଫୁଲ ତୋଲିବା ନେଲା ୩ ଜୀବନ
ଯାଜପୁର ଟାଉନ: କୁମାର ପୁର୍ଣମୀ ଲାଗି ନଦୀ କୁ କଇଁ ଫୁଲ ତୋଲିବା ହେଲା କାଳ। ବୈତରଣୀ ନଦୀ ବୁଡି ଦୁଇ ନବାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ମଙ୍ଗଳପୁର ଥାନା ଗୋପକୁଳ ଗ୍ରାମରେ । ସୁଚନ ଅନୁଯାୟି ତିନି ଜଣ ବାଳକ ନଦୀ ଜୋର କୁ କଇଁ ଫୁଲ ତୋଳିବାକୁ ଯାଇଥିଲେ । ସେଥିମଧ୍ୟରୁ ଜଣ କର ଗୋଡ ଖସିଯାଇଥିଲା । ପାଖରେ ଥିବା ଦୁଇଜଣ ବାଳକ ବୁଡିବଯାଇଥିବା ପିଲାଟିକୁ ବଂଚାଇବାକୁ ପାଣିରେ ପଶିଯାଇଥିଲେ । ସ୍ଥାନୀୟ ଲୋକ ଙ୍କ ସହାୟତା ରେ ସେମାନଙ୍କୁ ଉଦ୍ଦାର କରାଯାଇଥିଲା। ଅନ୍ୟ ଗୁରୁତର ଆହତ ଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇ ଚିକିତ୍ସା କରାଯାଇଛି l
ଏବଂ ଆଉ ଏକେ ଘଟଣାରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କୁଳସାହି ଗ୍ରାମରେ ଜନୈକ ୬୦ ବର୍ଷୀୟ ବୃଦ୍ଧ ଗାଁ ପୋଖରୀ ରେ କଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ପୋଖରୀ ରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି | ତେବେ ଦମକଳ ବାହିନୀ ସହ ଗ୍ରାମର ଜଣେ ଯୁବକଙ୍କ ସହାୟତା ଯୋଗେ ଦୀର୍ଘ ଦେଢ଼ ଘଣ୍ଟା ଖୋଜାଖୋଜି ପରେ ମିଳିଥିଲା ବୃଦ୍ଧଙ୍କ ମର ଶରୀର | ତେବେ ପ୍ରଥମେ ଦମକଳ ବାହିନୀ ଏକ ଘଣ୍ଟା ରୂ ଉର୍ଦ୍ଧ ଖୋଜାଖୋଜି ନୟାନ୍ତ ହୋଇପଡିଥିବା ବେଳେ ଗ୍ରାମର ଜଣେ ଯୁବକ ସାହସ ର ସହ ପାଣିରେ ପଶି ଶବ କୁ ଠାବ କରିବାରେ ସକ୍ଷମ ହୋଇଥିଲେ | ତେବେ ଉଭୟ ଦମକଳ ବାହିନୀ ଓ ଯୁବକ ଙ୍କ ସାହସ ଯୋଗୁଁ ଅଥଳ ପୋଖରୀ ରୂ ଉଦ୍ଧାର ହୋଇଥିଲା ମର ଶରୀର |
ଯାଜପୁର ଇପିଏ ରୁ ସୀତାଂଶୁ ଶେଖରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )