ଯାଜପୁର ଜିଲ୍ଲାର ୬୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ

0 7

ବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଆମ ଯାଜପୁର ଜିଲ୍ଲାର ୬୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କରିବା ସହିତ ଯାଜପୁର ବିରଜା ହାଇସ୍କୁଲ ପରିସରରେ ଉଦଘାଟନ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ (ବବିଭାଇ) ଓ ଅଶୋକ ଦାସ ଫାଉଣ୍ଡେସନର ସଚିବ ତଥା ବିଜେଡିର ବରିଷ୍ଠ ଯୁବ ନେତା ଶ୍ରୀଯୁକ୍ତ ଭବ ପ୍ରସାଦ ଦାସ (ଲଲଭାଇ) ଏବଂ ସୁକିନ୍ଦା ବିଧାୟକ ଇ ପ୍ରୀତି ରଂଜନ ଘଡାଇ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ପ୍ରମୁଖ ଯୋଗଦେଇଥିଲେ। 5T ବିଦ୍ୟାଳୟ ରୂପାନ୍ତରିତ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହା ବଳିଷ୍ଠ ଭୂମିକା ତୁଲାଇବ ବୋଲି ଶ୍ରୀ ପ୍ରଣବ ପ୍ରକାଶ ଦାସ କହିଥିଲେ।

ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.