ଯାଜପୁର ଜିଲ୍ଲାର ୬୪ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

0 201

ଯାଜପୁର ଜିଲ୍ଲାର ୬୪ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ ଉତ୍ସବ ସ୍ଥାନୀୟ ବିରଜା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ରାଜ୍ୟର ୬ଟି ଜିଲ୍ଲାର ୨୩୯ ଟି ବିଭିନ୍ନ ରୂପାନ୍ତରିତ ହାଇସ୍କୁଲ ଗୁଡିକର ଲୋକାର୍ପଣ କରିଥିଲାବେଳେ ଯାଜପୁର ଜିଲ୍ଲାର ୬୪ ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଯୋଗଦେଇଥିବା ବେଳେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଯାଜପୁର ବିଧାୟକ ତଥା ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ସୁକିନ୍ଦା ବିଧାୟକ ତଥା ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରିତୀରଞ୍ଜନ ଘଡାଇ, ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ,କୋରେଇ ବିଧାୟକ ଅଶୋକ ବଳ, ବରୀ ବିଧାୟିକା ସୁନନ୍ଦା ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ,ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ଭବ ପ୍ରସାଦ ଦାସ,ଜିଲ୍ଲା ମହିଳା ସଭାନେତ୍ରୀ ସବିତା ରାଉତ, ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗ ଦେଇଥିଲେ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରଠୋର ସଭାକୁ ଆନୁଷ୍ଠାନିକ ଭାବେ ସମ୍ବୋଧନ କରି ଉଦଘାଟନ କରିଥିଲେ ।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ବପ୍ନ ଥିଲା ରାଜ୍ୟର ପିଲାମାନେ କିଭଳି ଭଲରେ ପଢ଼ିବେ ।ସେହି ସ୍ବପ୍ନକୁ ଆଜି ମୁଖ୍ୟମନ୍ତ୍ରୀ ସଫଳ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୧ ଶହ ୫୧ ସ୍କୁଲର ରୂପାନ୍ତରଣ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ୩ ଶହ ୬୫ ସ୍କୁଲ ରୂପାନ୍ତରଣ ହୋଇଛି । ଆଜିର କାର୍ଯ୍ୟକ୍ରମରେ ଯାଜପୁର ଏସପି ରାହୁଲ ପିଆର ଙ୍କ ସହିତ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ ବ୍ଲକ ପ୍ରଶାସନର ସମସ୍ତ ଅଧିକାରୀଙ୍କ ସହିତ ଅନ୍ୟ ଅଭିମାନେ ଯୋଗଦାନ କରିଥିଲେ।

ଯାଜପୁର ଇପିଏ ରୁ ମୃତ୍ୟୁଞ୍ଜୟ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.