ଯାଜପୁର ବିରଜା ମହିଳା ମହାବିଦ୍ୟାଳୟ ରେ ଛାତ୍ରୀ ଅଶାନ୍ତି

0 4

ଯୁକ୍ତ ୩ ଦ୍ୱିତୀୟ ବର୍ଷର ଚତୁର୍ଥ ସେମିଷ୍ଟର ପରୀକ୍ଷା ବାତିଲ କରିବା ଦାବିରେ କଲେଜ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଛାତ୍ରୀ। ଅଭିଯୋଗ ମୁତାବକ କୋଭିଡ ସମୟରେ କଲେଜ ପକ୍ଷରୁ ଠିକ ଭାବେ ପାଠ ପଢା ହୋଇନଥିବା ବେଳେ ଚତୁର୍ଥ ସେମିଷ୍ଟର ପରୀକ୍ଷା ପାଇଁ ଅଫ ଲାଇନ ମାଧ୍ୟମ ରେ କରିବାକୁ କଲେଜ ପକ୍ଷରୁ ନୋଟିସ ଦିଆଯାଇଛି।

ଏଭଳି ପରିସ୍ଥିତିରେ ପରୀକ୍ଷାକୁ ଅନ ଲାଇନ ମାଧ୍ୟମରେ କରାଯାଉ ନ ହେଲେ ସମ୍ପୂର୍ଣ୍ଣ ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରୀ। ଏ ନେଇ ଏକ ଦାବି ପତ୍ର ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦ ରେ ଆଜି ଛାତ୍ରୀ ମାନେ ପରୀକ୍ଷା ବାତିଲ ପାଇଁ ଜିଦ ଧରିଛନ୍ତି। ରାଜ୍ୟର ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଅନେକ ମହାବିଦ୍ୟାଳୟରେ ଏବେବି ଅନଲାଇନ ପରୀକ୍ଷା ହେଉଥିବା ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କାହିଁକି ସ୍ୱତନ୍ତ୍ର ଆଇନ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ।

ଯାଜପୁର ଇପିଏ ରୁ ସୀତାଂଶୁ ଶେଖର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.