ଯାଜପୁର ସୁକିନ୍ଦାରେ ବଜ୍ରକାପ୍ତା ଉଦ୍ଧାର

0 27

ଯାଜପୁର :- ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିଙ୍ଗଲ ଗ୍ରାମପଞ୍ଚାୟତ ଅଧିନ କଇଥା ଗ୍ରାମରେ ସକାଳୁ ସକାଳୁ ସୁକିନ୍ଦା ବନ ବିଭାଗ ଏକ ୧୦କେଜି ଓଜନର ବଜ୍ରକାପତା ଉଦ୍ଧାର କରିଥିଲେ ।ଘଟଣାରୁ ପ୍ରକାଶ ସେହି ଗ୍ରାମର ଅମ୍ବୁଜ କୁମାର ମଳିକ ଗତ ରାତ୍ରିରେ ଘର ପାଖରେ ଥିବା ନିଜ ଚାଷ ଜମିକୁ ଷଣ୍ଢ ଜଗିବାକୁ ଯାଇଥିବା ବେଳେ ରାତି ପ୍ରାୟ ୧୧.୩୦ ସମୟ ହେବ ବିଲ ଚାରିପାଖରେ ଆବଧ କରିଥିବା ଜାଲରେ ବଜ୍ରକାବତଟି ଛନ୍ଦି ହୋଇ ରହିଯାଇଥିଲା । ଆମ୍ବୁଜ ଗ୍ରାମର କିଛି ସାଙ୍ଗ ମାନଙ୍କୁ ଡାକି ବଜ୍ରକାପତା ଟିକୁ ଜାଲରୁ ବାହାର କରି ନିଜ ଘରକୁ ନେଇ ଆସିଥିଲେ , ରାତି ଅଧିକ ହୋଇଥିବାରୁ ବନ ବିଭାଗ ଙ୍କୁ ଖବର ଦେଇପାରି ନଥିଲେ । ପରେ ପରେ ସକାଳ ହେବାରୁ ଗ୍ରାମବାସୀ ଓ କିଛି ସମାଜସେବୀଙ୍କ ଦ୍ଵାରା ନିକଟସ୍ଥ ସୁକିନ୍ଦା ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ସୁକିନ୍ଦା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବଜ୍ରକାପତା ଟିକୁ ଉଦ୍ଧାର କରିଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଥିଲା ଓ ଏହାକୁ ନିକଟସ୍ଥ ସୁକିନ୍ଦା ଜଙ୍ଗଲରେ ଛଡା ଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.