ଯୁବଉତ୍କଳ ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ବ୍ରହ୍ମପୁର : ସ୍ଥାନୀୟ ଗୋସାଣିନୂଆଗାଁ ସ୍ଥିତ ପାଣିଗ୍ରାହୀ ସାହି ଠାରେ ଯୁବଉତ୍କଳ ଫାଉଣ୍ଡେସନ ତରଫରୁ ପ୍ରାୟ ୮୦ଗୋଟି ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ପ୍ରଦୀପପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ଫାଉଣ୍ଡେସନର ଯୁବପିଢ଼ି ଙ୍କୁ ଉତ୍ସାହିତ କରିଥିଲେ, ପରେ ପରେ ବିଧାୟକ ଶ୍ରୀ ବାହିନୀପତି ଦ୍ୱାରା ୮୦ଟି ପରିବାର ଙ୍କୁ ଚାଉଳ, ଡାଲି ସୁଜି, ଚିନି, ଅଟା, ଖାଇବା ତେଲ ଆଦି ବିଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ,ଏହି ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ଉତ୍କଳ ଫାଉଣ୍ଡେସନର ପ୍ରତିଷ୍ଠାତା ଦେବାଶିଷ ଜେନା, କୋଷାଧ୍ୟକ୍ଷ ରାଜକିରଣ ପାଣିଗ୍ରାହୀ,ସଭାପତି ସ୍ୱାଧୀନ ନାୟକ, ଉପସଭାପତି ଶ୍ରୀତମ କୁମାର ସାହୁ, ସୋମ ସାମନ୍ତ ସିଂହାର, ସୁଭ୍ରାଂଶୁ ସ୍ୱାଇଁ, ରାକେଶ ବେହେରା, ଶ୍ରୁତି ଏବଂ କଂଗ୍ରେସ ନେତା ସୁଜୟ ଆଚାର୍ଯ୍ୟ ଙ୍କ ସମେତ ଫାଉଣ୍ଡେସନ ର ସମସ୍ତ କର୍ମକର୍ତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ !!
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )