ଯୁବସଙ୍ଘର ଜାତୀୟ ପରିଷଦ ଅବସରରେ ଆଲୋଚନା ଚକ୍ର

0 17

ବ୍ରହ୍ମପୁର ଠାରେଥିବା ହୋଟେଲ ମୟୁରି ସମ୍ମିଳନୀ କକ୍ଷରେ ଭାରତ ବର୍ଷର ସର୍ବପ୍ରଥମ ସର୍ବବୃହତ ଯୁବ ସଂଗଠନ ଅଖିଳ ଭାରତ ଯୁବ ସଙ୍ଘ (AIYF)ର ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ ହେଉଅଛି l ଏହି ଅବସରରେ ଯୁବସଙ୍ଘ ପକ୍ଷରୁ “ସାମ୍ପ୍ରତିକ ସ୍ଥିତି ଓ ଯୁବସମାଜ” ଶୀର୍ଷକ ଏକ ଆଲୋଚନା ଚକ୍ର ଯୁବ ସଙ୍ଘର ରାଜ୍ୟ ସଭାପତି ସାଥି ପ୍ରଦୀପ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ଆଲୋଚନା ଚକ୍ରକୁ ଯୁବ ସଙ୍ଘର ପୂର୍ବତନ ରାଜ୍ୟ ସଭାପତି ଓ ଜାତୀୟ ଉପସଭାପତି ସାଥି ପ୍ରଶାନ୍ତ ପାଟଯୋଶୀ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆଲୋଚନା ଚକ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବରିଷ୍ଠ ବାମପନ୍ଥୀ ନେତା ତଥା ଛାତ୍ର ସଙ୍ଘର ପୂର୍ବତନ ଜାତୀୟ ସଭାପତି ସାଥି ରାମକୃଷ୍ଣ ପଣ୍ଡା ମୁଖ୍ୟମନ୍ତ୍ରୀ ଆଲୋଚକ ଭାବେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଯୁବ ବିରୋଧୀ ନୀତି, କୃଷକ ଓ ଶ୍ରମିକ ବିରୋଧୀ ନୀତି ସହିତ ଦେଶର ଗଣତାନ୍ରିକ ପରମ୍ପରା, ବ୍ୟବସ୍ଥା, ସମ୍ବିଧାନ ଉପରେ ଆକ୍ରମଣ ବିଷୟରେ ଆଲୋଚନା କରିବା ଯୁବ ସମାଜ ଏକତ୍ରିତ ହୋଇ ଦେଶକୁ ରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ l ଏହି ଆଲୋଚନା ଚକ୍ରରେ ଯୁବ ସଙ୍ଘର ଜାତୀୟ ସମ୍ପାଦକ ସାଥି ତିରୁମଳାଇ ରମନ, ଜାତୀୟ ସଭାପତି ସାଥି ଆଫତାବ ଖାନ, ବରିଷ୍ଠ ବାମପନ୍ଥୀ ନେତା ସାଥି ପ୍ରକାଶ ପାତ୍ର, ଯୁବ ସଙ୍ଘର ରାଜ୍ୟ ସମ୍ପାଦକ ସାଥି ଅବକାଶ ସାହୁ ସମ୍ମାନୀୟ ଆଲୋଚକ ଭାବେ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୁବ ମାରଣ ନୀତି ଓ ଜନବିରୋଧୀ ନୀତି ବିରୁଧ୍ୟରେ ଯୁବ ସଙ୍ଘ ଦେଶର ଅନ୍ୟ ବାମ ଗଣତନ୍ତ୍ରିକ ଯୁବ ସଂଗଠନ ମାନଙ୍କୁ ଏକାଠି କରି ଦୁର୍ବାର ଆନ୍ଦୋଳନ ଗଢିତୋଳିବାକୁ ଆହ୍ୱାନ ଦେବା ସହିତ ଓଡ଼ିଶାର ଲଢୁଆ ମାଟି ବ୍ରହ୍ମପୁରରୁ ଏହା ଆରମ୍ଭ କରିବାକୁ ଆହ୍ୱାନ ଦେଇଥିଲେ l ଆଲୋଚନା ଚକ୍ର ଶେଷରେ ଯୁବ ସଙ୍ଘର ଜିଲ୍ଲା ସମ୍ପାଦକ ସାଥି କାମଦେବ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସଙ୍ଘର ଜିଲ୍ଲା ସଭାପତି ସାଥି ସୁଶାନ୍ତ ସ୍ୱାଇଁ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପରମେଶ୍ୱର ବାରିକ, ସତ୍ୟ ରଞ୍ଜନ ମହାନ୍ତି, ଛାତ୍ର ସଙ୍ଘର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ପ୍ରମୁଖ ଏହି ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ l ଏହି ଆଲୋଚନା ଚକ୍ରରେ ସମଗ୍ର ଦେଶରୁ ଆସିଥିବା ଯୁବ ସଙ୍ଘର ଜାତୀୟ ପରିଷଦ ସଦସ୍ୟ ଓ ଓଡ଼ିଶା ରାଜ୍ୟ ପରିଷଦ ସଦସ୍ୟମାନଙ୍କ ସମେତ ଶତାଧିକ ଯୁବ ସାଥି ଯୋଗ ଦେଇଥିଲେ l

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.