ଯୁବ ବ୍ୟବସାୟୀ ଙ୍କ ଅକାଳ ବିୟୋଗ

0 32

ଧର୍ମଗଡ : ଧର୍ମଗଡ଼ ଚେମ୍ବର ଅଫ କମର୍ସର ବରିଷ୍ଠ ସଦସ୍ୟ ତଥା କୋଷାଧ୍ୟକ୍ଷ ସୁନୀଲ କୁମାର ଅଗ୍ରୱାଲ(୪୭)ଙ୍କର ବିଶାଖାପାଟଣା ଠାରେ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ହୋଇଯାଇଛି। ସୁନିଲଙ୍କ ବିୟୋଗରେ ଧର୍ମଗଡ ଅଞ୍ଚଳ ସ୍ତବ୍ଧ ହୋଇ ଯାଇଛି। ତାଙ୍କ ବିୟୋଗରେ ବ୍ୟବସାୟୀ ସଙ୍ଘ ସଭାପତି ବିଦ୍ୟାଧର ସାହୁ, ସମ୍ପାଦକ ଅରୁଣ କୁମାର ତାୟଲ, ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ, ଉପସଭାପତି ନରେଶ କୁମାର ଅଗ୍ରୱାଲ,ରାଜେନ୍ଦ୍ର କୁମାର ମୁନୀ, ଶ୍ରବଣ ଅଗ୍ରୱାଲ, ଅତୁଲ୍ୟ ମେହେର,ସରୋଜ କୁମାର ସାହୁ,ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ସୁବାସ ଅଗ୍ରୱାଲ,ବିକାଶ ମେହେର,ବୈଦ୍ୟନାଥ ବେହେରା,ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର, ବ୍ରଜେଶ ପଣ୍ଡା, ହେମନ୍ତ କୁମାର ମାଝୀ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।ମରଶରୀର ଧର୍ମଗଡ ରେ ପହଂଚିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ।

କଳାହାଣ୍ଡି ଜିଲା ଇପିଏ ରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.