ରକ୍ତଦାନ ଶିବିର ଅନୁଷ୍ଠିତ

0 4

ସୁବର୍ଣ୍ଣପୁର ଜିଲ୍ଲା ଭାରତ ସ୍କୁଉଡ ଓ ଗାଇଡ ଓ ଜୀବନ ବିନ୍ଦୁ ଏବଂ ଅନୁଷ୍ଠାନ ର ସଂପାଦକ ଦୁର୍ଯୋଧନ ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଭାରତ ସ୍କାଉଟ୍ ମୁଖ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସହ ଶିକ୍ଷା ଅଧିକାରୀ ଡ଼, ରାଧାକାନ୍ତ ଗଡତିଆ , ମଞ୍ଜୁଲତା ଭୋଇ ଏବିଓ ସାନ୍ତାନୁ ଆଚାର୍ଯ୍ୟ ,ଏବିଓ ଫକିର ଚରଣ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ବରିଷ୍ଟ ଶିକ୍ଷୟତ୍ରୀ ଇନ୍ଦିରା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ଭାରତ ସ୍କାଉଟ ର ସମ୍ପାଦକ ଜିଲ୍ଲାରେ ରକ୍ତ ର ଅଭାବ ରେ ଯେପରି କେହି ମୃତ୍ୟୁ ବରଣ ନକରିବେ ସେଭଳି ମହତ୍ ସନ୍ଦେଶ ଦେଇଥିବା ବେଳେ , ବ୍ଲକର ସମସ୍ତ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଓ ଶି୍ଷୟିତ୍ରୀମାନେ ରକ୍ତଦାନ ସକାଶେ ଆଗକୁ ଆସି ରକ୍ତ ଦାନ କରିଥିଲେ । ଏହି ଅବସର ରେ ଜିଲ୍ଲା ମୂଖ୍ୟ କମିଶନର ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯକ୍ରମ ରେ ସନ୍ଧ୍ୟା ରାଣୀ କ୍ଷେତି , ଅନନ୍ତ ରାମ ମେଣ୍ଡିଲି, ଦାମୋଦର ଥେଟୁଆଲ୍, ଯୋଶବନ୍ତ ପୁଟେଲ , କାହ୍ନୁଚରଣ ପୁଝାରୀ , ଲକ୍ଷ୍ମଣ ଥନାପତି , ରଘୁନାଥ ଥନାପତି, ପ୍ରଜ୍ଞା ପରମିତା ଦାଶ , ପ୍ରଜ୍ଞା ପରମିତା ମିଶ୍ର , ଅନିତା ହୋତା , ପ୍ରାଣ ବନ୍ଧୁ ସୁରୁ ଗୁଜିଆ , ସତ୍ୟବ୍ରତ ମିଶ୍ର , କ୍ଷୀର ସିନ୍ଦୁ ସୁରୁଗୁଜିଆ , ଲଳିତା ସାହୁ ଓ ସ୍କାଉଟ ଗାଇଡ ଛାତ୍ରୀ ମାନେ ସହାୟତା କରିଥିଲେ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.