ରକ୍ତଦାନ ଶିବିର ଆୟୋଜନ ଓ ଯୋଗାଡ଼ କ୍ଷେତ୍ର ରେ ରେକର୍ଡ ପାଇଁ ମନୋଜ ପଣ୍ଡା ଙ୍କୁ ନେସେନାଲ ଆୱାର୍ଡ

0 78

ସୁବର୍ଣ୍ଣପୁର ରେ ଭବ୍ୟ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର : ରକ୍ତ ଦାନ ଓ ରକ୍ତ ଯୋଗାଡ଼ କ୍ଷେତ୍ର ରେ ରାଜ୍ୟ ରେ ଅତୁଳନୀୟ ଅବଦାନ ହେତୁ ଗତ ୦୩ ତାରିଖ ଦିନ ସୁଦୂର ରାଜସ୍ଥାନ ର ହନୁମାନ ଗଡ ରେ ନେସନାଲ କନଫରେନ୍ସ ଓ ମେଗା ସମ୍ବର୍ଦ୍ଧନା ସମାରୋହ ରେ ଓଡ଼ିଶାର ପ୍ରତିନିଧିତ୍ଵ କରି ସାରା ଦେଶର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହ୍ୟୁମାନ ସୋସିଆଲ ଫାଉଣ୍ଡେସନ ତରଫରୁ ଜାତୀୟ ପୁରସ୍କାର ଲାଭ କରି ସମଗ୍ର ଓଡ଼ିଶାର ତଥା ଜିଲ୍ଲାର ଗୌରବ ବର୍ଦ୍ଧନ କରିଛନ୍ତି ସୁବର୍ଣ୍ଣପୁର ର ପୋଲିସ ତଥା ଜଣା ଶୁଣା ସ୍ବେଛାସେବୀ ରକ୍ତଦାତା, ପ୍ରବର୍ତ୍ତକ ମନୋଜ ପଣ୍ଡା l ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସ୍ୱଚ୍ଛ ଭାରତ ତଥା ଅନ୍ୟାନ୍ୟ ଅନୁଷ୍ଠାନ ତରଫରୁ ଆଜି ସନ୍ଧ୍ୟା ସମୟରେ ଶ୍ରୀ ମନୋଜ ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛିl ଏଠାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଡ଼ି ଏସ ପି ଶ୍ରୀ ହେମସାଗର ନନ୍ଦ, ସମ୍ମାନିତ ଅତିଥି ଭାବେ ବ୍ଲଡ଼ ବ୍ୟାଙ୍କ ଅଫିସର ଡା, ଦୁର୍ଗା ପ୍ରସାଦ ଦାଶ, ସ୍ୱଚ୍ଛ ଭାରତ ସଂଗଠନ ସଭାପତି ଲଷ୍ମୀ ନାରାୟଣ ମେହେର, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ନାଟ୍ୟଶ୍ରୀ ଗଦାଧର ବାରିକ୍ , ଶିକ୍ଷାବିଦ ପ୍ରଦୀପ ପୁରୋହିତ ,ଯୁବ ନେତା ଅଭିମନ୍ୟୁ କୁଶଳ ପ୍ରମୁଖ ଅନ୍ୟ ଅତିଥି କିଛି ଯୋଗ ଦେଇ ରକ୍ତଦାନ କ୍ଷେତ୍ର ରେ କରାଯାଇଥିବା ଅତୁଳ ନୀୟ କାର୍ଯ୍ୟ କୁ ପ୍ରଶଂସା କରିବା ସହିତ ଶ୍ରୀଯୁକ୍ତ ପଣ୍ଡା ଙ୍କ ଏ ନିସ୍ଵାର୍ଥପର ସେବା କୁ ଜାରି ରଖିବା ପାଇଁ ଓ ତାଙ୍କ ସୁଖମୟ ଜୀବନ ସକାଶେ ମାଆ ସୁରେଶ୍ଵରୀ ଙ୍କ ଠାରେ ଗୁହାରି କରିଥିଲେ l ସେହିପରି ସୁବର୍ଣ୍ଣପୁର ଜ଼ିଲ୍ଲା କନେଷ୍ଟବଳ ଶାଖା ସଂଘ ସଭାପତି କୁମୁଦ ରଂଜନ ମେହେର ଓ ଦିନେଶ ମିଶ୍ର, ମନୋଜ ପଣ୍ଡା ଙ୍କ ଏପରି ଲୋକ ହିତକର କାର୍ଯ୍ୟ ପୋଲିସ ର ଗର୍ବ କୁ ଦ୍ୱିଗୁଣିତ କରିଚି ବୋଲି ମତ ପ୍ରକାଶ କରିଥିଲେ । ସ୍ୱଚ୍ଛ ଭାରତ ର ଉପଦେଷ୍ଟା ଡା ସୁନୀଲ ମହାପାତ୍ର ଙ୍କ ସି ଡ଼ି ଭି ଓ ଭାବେ ପଦୋନ୍ନତି ପାଇଥିବାରୁ ତାଙ୍କୁ ମଧ୍ୟ ସଭାରେ ସ୍ୱାଗତ ଓ ଅଭିନନ୍ଦନ ଜଣାଯାଇଥିଲା l ସୁବର୍ଣ୍ଣପୁର ଜିଲ୍ଲାର ମହିଳା ସମାଜସେବୀ ଇନ୍ଦୂମତି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସ୍ୱଚ୍ଛ ଭାରତ ର ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ସଭା ସଂଯୋଜନା କରି ସ୍ୱାଗତ ଭାଷଣ ରଖିଥିଲେ ଲ

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.