ରକ୍ତଦାନ ଶିବିର ଆୟୋଜନ କରି ଗୋଳଡେନ ବଏକୁ ସ୍ୱାଗତ କଲା ସଂକଲ୍ପ ପରିବାର

0 3

ବିଶ୍ୱ ବିଜେତା ଗୋଲଡେନ ବଏ ପ୍ରମୋଦ ଭଗତଙ୍କ ପାଇଁ ସାରା ବିଶ୍ୱ ଉତ୍ସାହିତ ଥିବା ବେଳେ ଜନ୍ମମାଟି ବରଗଡ଼ରେ ମଧ୍ୟ ବିପୁଳ ସ୍ୱାଗତ ଦିଆଯାଇଛି ହେଲେ ବରଗଡ଼ର ସ୍ବେଛାସେବୀ ସଙ୍ଗଠନ ସଂକଲ୍ପ ପରିବାର ନିଆରା ଢ଼ଙ୍ଗରେ ସୁନାପୁଅ ପ୍ରମୋଦଙ୍କୁ ସ୍ୱାଗତ କରିଥିଲେ । ବରଗଡ଼ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ରକ୍ତଦାନ ମହତ ଦାନ ଭଳି ବାର୍ତ୍ତା ଦେଇ ସଂକଲ୍ପ ପରିବାର ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ମୋଟ 51 ୟୁନିଟ ରକ୍ତ ସଂଗ୍ରହ କରି ବରଗଡ଼ ରକ୍ତଭଣ୍ଡାରକୁ ଦିଆଯାଇଥିଲା । ଏହିରକ୍ତଦାତା ମାନେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଉତ୍ସର୍ଗୀକୃତ କରିଥଲେ । ପାରା ବେଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପ୍ରଥମେ ଫିତାକାଟି ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିରକୁ ଉଦଘାଟନ କରିଥିବାବେଳେ ରକ୍ତର ଅଭାବକୁ ଦୁରକରିବା ପାଇଁ ରକ୍ତଦାନ ଶିବିର ମାଧ୍ୟମରେ ଯୁବପିଢ଼ି ଆଗକୁ ଆସିବାପାଇଁ ସୁନାପୁଅ ଆହ୍ୱାନ କରିଥିଲେ ।

ଏହାସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନ ସଂକଳ୍ପ ପରିବାରକୁ ପ୍ରଶଂସା କରିଥିଲେ । ଉକ୍ତ ଶିବିରରେ ସମ୍ମାନିତ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଏବଂ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୁଝାରୀ ଯୋଗଦେଇ ସଂକଲ୍ପ ପରିବାର ସହ ସମସ୍ତ ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ଆଜିର ଏହି ରକ୍ତଦାନ ଶିବିରରେ ସମୁଦାୟ 51 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପୋଲିସ ବିଭାଗ ପକ୍ଷରୁ ବରଗଡ଼ ଟାଉନ ଥାନାର ଏସଆଇ ସମ୍ୟକାନ୍ତ ବଳିଆର ସିଂ ଏବଂ ହୋମଗାର୍ଡ ଦୀପକ ସେଠ ରକ୍ତଦାନ କରିଥିଲେ । 4 ଜଣ ମହିଳାଙ୍କ ସହିତ 5 ଜଣ ସାମ୍ବାଦିକ ଉକ୍ତ ଶିବିରରେ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରକୁ ସଂକଲ୍ପ ପରିବାରର ସଭାପତି ରୋହିତ ଜଶ୍ୱାଳ ଓ ବିକାଶ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସଂକଲ୍ପ ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ବରଗଡ ଜିଲ୍ଲା ଇପିଏ ରୁ ସୁବାସ ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.