ରଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବିଜୟା ଦଶମୀ ଉତ୍ସବ ପାଳିତ

0 311

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ନାରାୟଣପୁର ସ୍ଥିତ ସରସ୍ୱତୀ ଶିଶୁମନ୍ଦିର ପରିସରରେ ରଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି । ରଷ୍ଟ୍ରୀୟ ସ୍ୱୟଂସେବକ ସଂଘର ରାୟଗଡ ଖଣ୍ଡ ଦ୍ୱାରା ଆୟୋଜିତ ହୋଇଥିବା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୌତମୀ ଦଳାଇ , ମୁଖ୍ୟବକ୍ତା ରଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହପ୍ରାନ୍ତ ଶାରିରୀକ ପ୍ରମୁଖ ଅଶୋକ ରଣଜିତ,ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ସହ ସଂଘଚାଳକ ରାଧାକୃଷ୍ଣ ଜାନୀ ଓ ନରେଶ ଶବର ମଞ୍ଚାସୀନ ଥିଲେ । ମଞ୍ଚାସୀନ ଅତିଥି ମାନେ ବିଜୟା ଦଶମୀ ଉତ୍ସବ ପାଳନ କରିବାର ଉଦ୍ଧେଶ୍ୟ ଓ ତାର ମହତ୍ତ୍ୱ ବିଷୟରେ ନିଜନିଜ ବକ୍ତବ୍ୟରେ କହିଥିଲେ ।

ମୁଖ୍ୟବକ୍ତା ଶ୍ରୀ ରଣଜିତ ରଷ୍ଟ୍ରୀୟ ସ୍ୱୟଂ ସେବକ ହେଉଛି ସଦାସର୍ବଦା ରାଷ୍ଟ୍ର ପାଇଁ ସମର୍ପିତ ଏକ ଜୀବନ୍ତ ସଙ୍ଗଠନ ଅଟେ । ରାଷ୍ଟ୍ରବାଦୀ ବିଚାରଧାରାକୁ ନେଇ ସୁସଙ୍ଗଠିତ ଓ ସଶକ୍ତ ରାଷ୍ଟ୍ରରେ ପରିଣତ କରିବା ହେଉଛି ଏହାର ଲକ୍ଷ୍ୟ ଅଟେ । ଯଦ୍ୱାରା କି ସମଗ୍ର ବିଶ୍ୱରେ ଭାରତବର୍ଷ ର ସ୍ୱତନ୍ତ୍ର ସ୍ଥାନ ହାସଲ କରପାରିବ ଏବଂ କୌଣସି ବାହ୍ୟଶକ୍ତି ଆମଦେଶକୁ ଆକ୍ରମଣ କରିବା ତ ଦୂରର କଥା କୁନଜର ପକାଇବା ପାଇଁ ସାହାସ କରିବ ନାହିଁ ବୋଲି ମୁଖ୍ୟବକ୍ତା ଶ୍ରୀ ରଣଜିତ କହିଥିଲେ । ଆମଦେଶକୁ ସୁସଙ୍ଗଠିତ ଓ ବିକାଶ କରିବାରେ ବାଧକ ସାଜୁଥିବା କୁସଂସ୍କାର ଗୁଡିକ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ଦୂର ହୋଇଛି । ସେବା କରିବା ସମୟରେ ନିରପେକ୍ଷ ହେବା ଆବଶ୍ୟକ ଅଟେ ।ବ୍ୟକ୍ତିନିଷ୍ଠ ନହୋଇ ତତ୍ତ୍ୱନିଷ୍ଠ ସମ୍ପର୍ଣ୍ଣ ହେବା ଉଚିତ । ବ୍ୟକ୍ତିକୁ ନବୁଝି ତାନିକଟରେ ଥିବା ତତ୍ତ୍ୱକୁ ବୁଝିବାର ଆବଶ୍ୟକ ରହିଛି ବୋଲି ମୁଖ୍ୟବକ୍ତା ଶ୍ରୀ ରଣଜିତ ନିଜ ବକ୍ତବ୍ୟରେ କହିଥିଲେ । ସଭାକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସଦଭାବନା କାର୍ଯ୍ୟକ୍ରମ ହୋଇଥିଲା ଏବଂ ପରେ ରାୟଗଡ ଖଣ୍ଡର ବହୁସଂଖ୍ୟକ ସ୍ୱୟଂସେବକ ନାରାୟଣପୁର ଗ୍ରାମ ପରିକ୍ରମା ସହ ଶାରିରୀକ ରଣକୌଶଳ ପ୍ରଦର୍ଶନ କରିଥିଲେ ।

ଗଜପତି ଜିଲା ଇପିଏ ରୁ ଦିଲୀପ ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.