ରାଇରଙ୍ଗପୁର ହାଇସ୍କୁଲରେ ନୂତନ ପରୀକ୍ଷା ପଦ୍ଧତି ସଂପର୍କୀୟ ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ

0 3

ରାଇରଙ୍ଗପୁର : ରାଇରଙ୍ଗପୁର ହାଇସ୍କୁଲ ପରିସରରେ ମୟୁରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ନୂତନ ପରୀକ୍ଷା ପଦ୍ଧତି ଓ ତାର ମୂଲ୍ୟାଙ୍କନ ସମ୍ବନ୍ଧୀୟ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କପିଳେନ୍ଦ୍ର ଦାସଙ୍କ ସଭାପତିତ୍ବରେ ଆୟୋଜିତ କର୍ମଶାଳାରେ ତିନି ଜଣ ମାଷ୍ଟାର୍ ଟ୍ରେନର ରାଇରଙ୍ଗପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ, କଳାପଥର ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଖାଲକୃଷ୍ଣ ମହାନ୍ତି,ତିରିଂ ହାଇସ୍କୁଲର ଶିକ୍ଷକ ପରମାନନ୍ଦ ପୃଷ୍ଟି ଯୋଗଦେଇ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ପଦ୍ଧତି ଓ ତାର ମୂଲ୍ୟାଙ୍କନ ସମ୍ବନ୍ଧରେ ସବିଶେଷ ସୂଚନା ପ୍ରଦାନ କରିଥିଲେ ।ମାଧ୍ୟମିକ ଶିକ୍ଷା ପରିଷଦ,ଓଡିଶା ଦ୍ବାରା ପ୍ରଦତ୍ତ ନିର୍ଦ୍ଧାରିତ ସମୟ ସୀମା ଅନୁଯାୟୀ କିପରି ଭାବରେ ଗଠନ ମୂଳକ (ଫରମେଟିଭ୍ )ଓ ସମାପ୍ତି ସୂଚକ (ସମେଟିଭ୍ ) ମୂଲ୍ୟାଙ୍କନ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କର ବୌଦ୍ଧିକ ଓ ମାନସିକ ବିକାଶ ସାଧିତ ହୋଇ ପାରିବ ଏବଂ ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ଓ ଦାୟିତ୍ୱ ସମ୍ବନ୍ଧରେ କର୍ମଶାଳା ରେ ପ୍ରାଞ୍ଜଳ ଭାବରେ ମାଷ୍ଟର ଟ୍ରେନର ମାନେ ଉପସ୍ଥାପନ କରିଥିଲେ ।କର୍ମଶାଳାରେ ରାଇରଙ୍ଗପୁର,ବହଳଦା,ତିରିଂ,ଜାମଦା ଓ ବିଜାତଳା ବ୍ଲକର ୬୦ଟି ହାଇସ୍କୁଲ ର ୬୦ଜଣ ଶିକ୍ଷକ/ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଶିକ୍ଷକ ବିକ୍ରମ କେଶରୀ ଗିରି, ଦୁର୍ଯୋଧନ ବେହେରା, ବନବିହାରୀ ଦଳେଇ ପ୍ରମୁଖ ସକ୍ରିୟ ଭାବରେ ଅଂଶଗ୍ରହଣ କରି କର୍ମଶାଳାର ଆୟୋଜନ ଏକାନ୍ତ ଉପଯୋଗି ବୋଲି ମତବ୍ଯକ୍ତ କରିଥିଲେ ।ପରିଶେଷରେ ମାଷ୍ଟର ଟେନର ରଞ୍ଜନ କୁମାର ନନ୍ଦ ସମସ୍ତଙ୍କୁ କରିଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.