ରାଜନଗର ବୁଢିମଙ୍ଗଳା ଯୁବକ ସଂଘ ରେ ଛାତ୍ରଛାତ୍ରୀ ମାନେ ଗଣେଶ ପୂଜାରେ ଯୋଗଦେଲେ।

0 4

ରାଜ୍ୟରେ କରୋନା କଟକଣାରେ ଵନ୍ଦ ହୋଇଥିବା ଵେଳେ ଛାତ୍ରଛାତ୍ରୀ ମାନେ ଅନୁଷ୍ଠାନର ଗଣେଶ ପୂଜା କରିବାରେ ବଞ୍ଚିତ ହୋଇଛନ୍ତି। ହେଲେ ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ସଦର ମହକୁମା ଗଳିଦାଣ୍ଡ ଶ୍ରୀ ଶ୍ରୀ ବୁଢିମଙ୍ଗଳା ଯୁବକ ସଂଘରେ ଯୁବକ ମାନଙ୍କ ଦ୍ଵାରା ଆୟୋଜିତ ଗଣେଶ ପୂଜାରେ ସ୍କୁଲର ଛାତ୍ରଛାତ୍ରୀମାନେ କରୋନା ନିୟମ ମାନି ଗଣେଶ ପୂଜା କରି ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଯୁବକ ସଂଘର ଏହି ସ୍ଵତନ୍ତ୍ର ଗଣେଶ ପୂଜା କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକମାନେ ସାଧୁବାଦ ଜଣାଇଛନ୍ତି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାମ ଶଙ୍କୀର୍ତନ କରାଯାଇ ଶୁଭେନ୍ଦୁ କୁମାର ଵେହେରା(ମିଲନ)ଙ୍କ ଦ୍ବାରା କଳସ ଯାତ୍ରା ହୋଇଥିଲା। ପୂଜକ ବନୀ ନନା ମହାପ୍ରଭୁଙ୍କୁ ଆବାହନ କରି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଏହି ପୂଜାରେ ଏହି ବର୍ଷ କରୋନା ନିୟମ ମାନି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ମହିଳା ଓ ପୁରୁଷ ଭକ୍ତମାନେ ଯୋଗ ଦେଇଥିଲେ ।ଯୁଵକସଙ୍ଘର ଆୟୋଜକ ଯୁବକମାନେ ହେଲେ ସଭାପତି ଶିବାନନ୍ଦ ରାଉତ, ସମ୍ପାଦକ ଶ୍ରୀ ସନ୍ତୋଷ ଲେଙ୍କା, କୋଷାଧ୍ୟକ୍ଷ ଚନ୍ଦ୍ରକାନ୍ତ ସେଠି, ଆବାହକ ଚନ୍ଦନ ପତି, ଅମିତି ସାହୁ, ଦିଲନ ଵେହେରା, ରଶ୍ମିରଞ୍ଜନ ସାହୁ, ବିଶ୍ଵଜିତ ସାହୁ, ଚନ୍ଦ୍ରଶେଖର ସାହୁ, ପରମେଶ୍ବର ଦାସ, ମଣ୍ଟୁ ସାହୁ, ରଵିବାର ଦିନ କୋଭିଡି ନିୟମ ପ୍ରକାରେ ଗଣେଶ ଵିସର୍ଜନ କରାଯିବ ଵୋଲି ଯୁଵକସଙ୍ଘର ପରାମର୍ଶଦାତା ଡାକ୍ତର ଅମିୟ ରଞ୍ଜନ ପରିଡ଼ା ପ୍ରକାଶ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲା ଇପିଏ ରୁ ସୁକାନ୍ତ ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.