ରାଜସ୍ୱ ନିରୀକ୍ଷକ ଙ୍କୁ ତିନିବର୍ଷ ଜେଲ
ସୁବର୍ଣ୍ଣପୁର : ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନସ୍ ଅଦାଲତ ଏକ ମାମଲାର ବିଚାର କରି ପୂର୍ବତନ ବୌଦ୍ଧ ତହସିଲ୍ ଅନ୍ତର୍ଗତ ବଘିଆପଡା ରାଜସ୍ୱ ସର୍କଲର ପୂର୍ବତନ ଆର. ଆଇ. ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି l ଶ୍ରୀ ଦିଗାଲଙ୍କୁ ୩ ବର୍ଷ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ଓ ଜରିମାନା ଅନାଦେୟ ହେଲେ ଆଉ ୬ ମାସ ଅଧିକ ଜେଲ୍ ପାଇଁ ନିଜ ଆଦେଶରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନସ୍ ଅଦାଲତ ଦଣ୍ଡାଦେଶ ଦେଇଥିବା ସୁଚନା ମିଳିଛି l ଶ୍ରୀ ଦିଗାଲ୍ ବଘିଆପଡା ଆର. ଆଇ. ଥିବା ବେଳେ ଏକ ଜମିଜମା ସମ୍ପର୍କୀୟ ତଦନ୍ତ ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ l ଉକ୍ତ ମାମଲାର ତଦନ୍ତ ଭିଜିଲାନସ୍ ଇନ୍ସପେକ୍ଟର ପୌଲସ୍ତୀ ଛତ୍ରିଆ କରିଥିବା ବେଳେ ଭିଜିଲାନସ୍ ପି. ପି. ଭି. ଭି. ରାମଦାସ୍ ଅଦାଲତରେ ମାମଲା ପରିଚାଳନା କରୁଥିଲେ |
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )