ରାଜ୍ୟପାଳଙ୍କ ଦ୍ୱାରା ରତ୍ନାକର ଦାଶ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

0 61

ନିମାପଡା ଠାରେ ରାଜ୍ୟପାଳ ପ୍ରଫେସର ଗଣେଶିଲାଲଙ୍କ ଦ୍ୱାରା ରତ୍ନାକର ଦାଶ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଜ୍ୟପାଳ ଟ୍ରଷ୍ଟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏହି ଟ୍ରଷ୍ଟର ନୂତନ ଲୋଗୋ ଉନ୍ମୋଚନ କରିଥିଲେ । ଏହି ଅବସରରର ସ୍ଥାନୀୟ ହୋମିଓପାଥି ଡାକ୍ତର ନେତ୍ରନନ୍ଦ ଭୋଇଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ରତ୍ନାକର ଦାଶ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଓ ମୋ ଓଡ଼ିଶା ପରିବାର ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ୫୦୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ cysd ଅଧକ୍ଷ ଶ୍ରୀଯୁକ୍ତ ଜଗଦାନନ୍ଦ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ନିମାପଡା ଇପିଏ ରୁ ବ୍ରହ୍ମାନନ୍ଦ ସ୍ୱାଇଁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.