ରାଜ୍ୟର ସମସ୍ତ ଶକ୍ତି ପୀଠରେ ଶାରଦୀୟ ପାର୍ବଣ ପୂଜା

0 7

ପୁରୀ ଜିଲ୍ଲା କାକଟପୁର ରେ ମା ମଙ୍ଗଳାପୀଠରେ ଚାଲିଛି ଷୋଡଶ ପୂଜା। ଅଧିଷ୍ଠାତୀ ଦେବୀଙ୍କ ପୀଠରେ ମଳାଷ୍ଟମୀ ଠାରୁ ମାଙ୍କ ନିକଟରେ ସ୍ଵତ୍ରଂତ ରୀତିନିତୀନୁସାରେ ଷୋଡଶ ଉପଚାର ପୂଜା ଅ।ରମ୍ଭ ହୋଇଛି । ଏବେ ପ୍ରତିଦିନ ମା ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ ଜମୁଛି ମାଙ୍କ ପୀଠରେ ।

ପାର୍ବଣ ପାଇଁ ସାରା ରାଜ୍ୟ ଉତ୍ସବମୁଖଶର । ପୁରୀ ଜିଲ୍ଲା କାକଟପୁର ମା ମଙ୍ଗଳାଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା। ମୂଳାଷ୍ଟମୀ ଠାରୁ ଅ।ରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ମାଙ୍କ ପାଖରେ ସ୍ଵତ୍ରତଂ ରିତିନିତିନୁସାରେ ଚାଲିଛି ପୂଜାର୍ଚ୍ଚନା। ବର୍ଷ ତମାମ ଏଠାରେ ମା ପଞ୍ଚ ଉପଚାରରେ ପୂଜା ପାଉଥିବା ବେଳେ ପାର୍ବଣ ସମୟରେ ୧୬ ଦିନ ଯାକ ଷୋଡଶ ଉପଚାରରେ ପୂଜା ପାଇଥାନ୍ତି ମା । ଏଥିପାଇଁ ସଙ୍କଳ୍ପିତ ପୂଜାପଣ୍ଡା ଅତି ନିଷ୍ଠାର ସହିତ ମାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ସମୟରେ ମା ଙ୍କ ପାଖରେ ୧୬ ପ୍ରକାର ଭୋଗ ଲାଗି କର।ଯାଇଥାଏ । ଏହି ସମୟରେ ମା ଙ୍କ ର ଲାଲିକଲି ବେଶ,କଳାକଳିବେଶ, ସିଂହବାହିନୀ ବେଶ,କାପ୍ତିଖପର,ତୀରକମାଣ, ଦୁର୍ଗା ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ମା ।ବିଶେଷକରି ଏହି ସମୟରେ ମାଙ୍କର ଗୁପ୍ତ ପୂଜା କରାଯାଇଥାଏ। ଏହାଛଡା ମାଙ୍କ ପାଖରେ ଦହି ପଖାଳ ଭୋଗ ଲାଗି ହୋଇଥାଏ। ଏଥିପାଇଁ ଦୈନଦିନ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ କରୁଣା ଲାଭ କରିବାକୁ ଅ।ସିଥାନ୍ତି ଏହି ପୀଠକୁ । ଏଠାରେ ମାଙ୍କୁ ଦର୍ଶନ କଲେ ମାଙ୍କର ଅପାର କରୁଣା ଭକ୍ତ ପାଇଥାନ୍ତି ବୋଲି ସେବାୟତ କହିଥିବା ବେଳେ କୋରନା କଟକଣା ଭିତରେ ମାଙ୍କର ଅ।ଶିଷ ଲାଭ କରି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.