ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଗଜପତି ଜିଲ୍ଲାଗ୍ରସ୍ତ ।

0 147

ଗୁରବାର ସଂଧ୍ୟା ସମୟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କୁମାର ଗଜପତି ଜିଲ୍ଲାଗ୍ରସ୍ତରେ ଆସି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ବିଭିନ୍ନ ବିଷୟରେ ସମୀକ୍ଷା କରିଥିଲେ । ଜିଲ୍ଲାରେ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ବୃଦ୍ଧିକୁ ନେଇ ପୋଲିସ ମହାନିର୍ଦ୍ଦେଶକ ଉଦ୍‌ବେଗ ପ୍ରକାଶ କରିଥିଲେ । ଗଜପତି ଜିଲ୍ଲା ପୋଲିସ ଦ୍ୱାରା ଗଞ୍ଜେଇ ଗଛ ନଷ୍ଠ ଓ ଚୋରାଚାଲାଣ ଧରପଗଡକୁ ଶ୍ରୀ ଅଭୟ କୁମାର ପ୍ରଶଂସା କରିଛନ୍ତି । ଗଞ୍ଜେଇ ଚାଷ ଓ ଚୋରାଚାଲାଣକୁ ମୂଳଉତ୍ପାଟନ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ । ଏହାସହ ଗଜପତି ଜିଲ୍ଲା ମାଓବାଦୀ ମୁକ୍ତ ରଖାଯିବ ସହ ରାୟଗଡା ଓ କନ୍ଧମାଳ ଜିଲ୍ଲାରୁ କିପରି ଅନୁପ୍ରବେଶ ନକରନ୍ତି ସେଥିପାଇଁ ବ୍ୟବସ୍ଥା ହୋଇଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହିଗ୍ରସ୍ତ ବେଳେ ତାଙ୍କ ସହ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମଧ୍ୟ ଆସିଥିଲେ । ଭାରପ୍ରାପ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥିଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ମାନେ ସମୀକ୍ଷା ବେଠକରେ ଉପସ୍ଥିତ ରହିଥିଲେ । ପୋଲିସ ମହାନିର୍ଦ୍ଦେଶକ ସମୀକ୍ଷା ବୈଠକ ସାରି ପାରଳାଖେମୁଣ୍ଡି ଆଦର୍ଶ ଥାନା ଓ ଗାରାବନ୍ଧ ଥାନା ପରିଦର୍ଶନ କରିଥିଲେ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.