ରାଜ୍ୟ ସ୍ତରୀୟ ପେନକାକ ସିଲଟରେ ଗଞ୍ଜାମକୁ ୩ ସ୍ୱର୍ଣ୍ଣ, ୩ ରୋପ୍ୟ ଏବଂ ୫ଟି କାଂସ୍ୟ

0 5

ସମ୍ବଲପୁର ବରଗଡ଼ ଠାରେ ଅନୁଷ୍ଠିତ ହୋଇଥିବା ୪ର୍ଥ ରାଜ୍ୟ ପେନକାକ ସିଲଟ ଖେଳରେ ଗଞ୍ଜାମକୁ ବଡ଼ ସଫଳତା। ଏଥିରେ ରାଜ୍ୟର ୧୫ ଜିଲ୍ଲାରୁ ପ୍ରାୟ ୨ ଶହରୁ ଉର୍ଦ୍ଧ ଖେଳାଳି ଅଂଶ ଗ୍ରହଣ କରିଥିବା ବେଳେ ଗଞ୍ଜାମରୁ ୧୧ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ବିଭିନ୍ନ ବର୍ଗରେ ଗଞ୍ଜାମର ୩ ଖେଳାଳିଣୁ ସ୍ୱର୍ଣ୍ଣ, ୩ଙ୍କୁ ରୋପ୍ୟ ଏବଂ ୫ଜଣ କାଂସ୍ୟ ପଦକ ବିଜେତା ହୋଇଛନ୍ତି। ୧୨ ବର୍ଷରୁ କମ ବର୍ଗରେ ଆଦିତ୍ୟ ସାହୁ ସ୍ୱର୍ଣ୍ଣ ଜିତିଥିବା ବେଳେ ସରୋଜ ମହାରଣା, ରୁଦ୍ର ପ୍ରସାଦ ଦେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଆୟୁଷ ମହାରଣା, ସନ୍ତୋଷ ବେହେରା ଓ ପବନ ସାଇ ବେହେରା ରୋପ୍ୟ ପଦକ ହାସଲ କରିଥିବା ବେଳେ ରାମ ନାରାୟଣ ବେହେରା, କାହ୍ନଆ ବେହେରା, ପି ଇପ୍ସିତା, ଏ କମଳ ପାତ୍ର, କୋଚ ଶ୍ରୀଧର ସାହୁ କାଂସ୍ୟ ପଦକ ହାସଲ କରିଛନ୍ତି। ଆଜି ସମସ୍ତ ଖେଳାଳୀ ବ୍ରହ୍ମପୁରରେ ପହଞ୍ଚିବା ପରେ ନିଜ ଅନୁଷ୍ଠାନ ଓ ପରିବାରବର୍ଗ ଙ୍କ ଦ୍ଵାରା ସମ୍ମାନିତ କରାଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଗଞ୍ଜାମ ପେନକାକ ସିଲଟ ସଂଘର ସଭାପତି ରବି ସାହୁ, ସାଧାରଣ ସମ୍ପାଦକ ବିପିନ ନାୟକ, ଟେକନିକାଲ ଡ଼ାଇରେକ୍ଟର ଡେନୀ ଏସ ବିଷୋୟୀ, ଉପ ସାଧାରଣ ସମ୍ପାଦକ ଭାଗୁରାମ ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ସମସ୍ତ ଖେଳାଳିଙ୍କୁ ସମ୍ମାନିତ କରିବା ସହ ଉତ୍ସାହିତ କରିଥିଲେ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.