ରାମ ମନ୍ଦିରରୁ ମୂଲ୍ୟବାନ ଅଳଙ୍କାର ଚୋରି
ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଦୈସିଂ ପଞ୍ଚାୟତ ଭିମପୁର ସାଳନ୍ଦୀ ନଦୀର କୂଳରେ ଥିବା ରାମ ମନ୍ଦିରରୁ କାଲି ବିଳମ୍ବିତ ରାତିରେ ମନ୍ଦିର ଚାବି ଭାଙ୍ଗି ମନ୍ଦିର ଭିତରୁ। ରାମ ସୀତା ଲକ୍ଷ୍ମଣ ଙ୍କର ତିନୋଟି ମୂଲ୍ୟବାନ ରୁପା ମୁକୁଟ ଚୋରି କରିବା ସହ ମନ୍ଦିର ଭିତରେ ଥିବା ଭେଟି ଥାଳିରୁ ଭେଟି ଟଙ୍କା ନେଇଯାଇଛନ୍ତି। ଏହି ଘଟଣାରେ ଯେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ମନ୍ଦିର ପୁଜାରୀ ଗ୍ରାମାଞ୍ଚଳ ଥାନାରେ ଏକ ଏତଲା ଦେଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭଦ୍ରକ ଜିଲ୍ଲା ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )