ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ ସେଠୀଙ୍କୁ ସମ୍ବର୍ଦ୍ଧନା

0 7

ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ ସେଠୀଙ୍କୁ କଣମଣା କ୍ଲଷ୍ଟର ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l
କଣମଣା ସିଆରସିସି କମଳ ବେହେରା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସଵସମାରୋହ ରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବ୍ଲକ ର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନୃସିଂହ ଚରଣ ମିଶ୍ର ଯୋଗ ଦେଇ ଶ୍ରୀ ସେଠୀଙ୍କ ଶିକ୍ଷାଦାନ ପ୍ରଣାଳୀକୁ ପ୍ରଶଂସା ଗାନ କରିବା ସହ ପୁଷ୍ପଗୁଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l

ସମ୍ମାନୀତ ଅତିଥି ଭାବେ କଣମଣା ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡୀ ଯୋଗ ଦେଇ ଶ୍ରୀସେଠୀଙ୍କ ତ୍ୟାଗପୂତ ନିଷ୍ଠାପର ଭୂମିକା ଗ୍ରହଣ ରେ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରୂପରେଖ ବଦଳିଥିବାରୁ ଧନ୍ୟବାଦର ସହ କୃତଜ୍ଞତା ଜ୍ଞାପନ କରିଥିଲେ l ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଜ୍ୟୋତି କୁମାର ତ୍ରିପାଠୀ, ଶିକ୍ଷୟତ୍ରୀ ରାଜେଶ୍ୱରୀ ଗୌଡ଼, ମନୋଜ କୁମାର ତ୍ରିପାଠୀ, ଜୟ କୃଷ୍ଣ ବେହେରା, ଲଷ୍ମୀନାରାୟଣ ବେହେରା,ଡ଼ଃ. ଜେ କୁର୍ମା ରାଓ, ଛତ୍ରପୁର ବ୍ଲକର ସମସ୍ତ ସିଆର ସିସି ଓ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଶ୍ରୀ ସେଠୀ ଙ୍କ ଶିକ୍ଷାଦାନ ପ୍ରଣାଳୀ କୁ ଭାରି ପ୍ରଶଂସା କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ କଣମଣା କ୍ଲଷ୍ଟର ଶିକ୍ଷକ / ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ l

ଛତ୍ରପୁର ଇପିଏ ରୁ କେ. ସତ୍ୟନାରାୟଣ ରେଡ୍ଡୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.