ରାସନ୍ କାର୍ଡ ଧାରୀ ଙ୍କୁ ରାଜ୍ୟ ସରକାର ଙ୍କ ପକ୍ଷରୁ ମିଳିଲା ଉଚ୍ଚ ଚିକିତ୍ସା ର ସୁବିଧା !

0 69

ନୂଆପଡା ରେ ବେଲଟୁକୁରି ଗ୍ରାମ ର ମୋହନ ସତନାମୀଙ୍କ ଝିଅ ଗାୟତ୍ରୀ ସତନାମୀ (୧୯) ଜଣେ ଲିଭର ରୋଗୀ ପିଡିତା lସେ ପ୍ରଥମ କରି ନୂଆପଡା ଜିଲ୍ଲା ରେ ରାସନ କାର୍ଡ ଧାରୀ ଭାବେ ସ୍ୱାସ୍ଥ୍ୟ ବୀମା କାର୍ଡର ସେବା ପାଇ ପାରିଛନ୍ତି। କିଛି ଦିନ ପୂର୍ବେ ଓଡିଶା ସରକାର ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ନାମକ ଏକ ଯୋଜନା ଗରିବ ଶ୍ରେଣୀ ଲୋକଙ୍କ ଉଚ୍ଚତର ଚିକିତ୍ସା ପାଇଁ ଲାଗୁ କରିଥିଲେ। ଏହି ବୀମା କାର୍ଡରେ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କା ଓ ପୁରୁଷଙ୍କ ପାଇଁ ୫ଲକ୍ଷ ଟଙ୍କା ଉଚ୍ଚତର ସ୍ୱାସ୍ଥ୍ୟ ସେବା ପାଇଁ ରୋଗୀଙ୍କୁ ପ୍ରଦାନ କରା ଯିବାର ବ୍ୟବସ୍ଥା କରିଛନ୍ତି ଆମ ରାଜ୍ୟ ସରକାର। କିନ୍ତୁ ଏ ଯାଏଁ ପ୍ରକୃତ ହିତାଧିକାରୀଙ୍କ ନିକଟକୁ ଏହି ସ୍ୱାସ୍ଥ୍ୟ ବୀମା କାର୍ଡ ପହଂଚି ନାହିଁ। କିନ୍ତୁ ଏହି ସ୍ୱାସ୍ଥ୍ୟ କାର୍ଡ ନ ପହଂଚିବା ପର୍ଯ୍ୟନ୍ତ ରାସନକାର୍ଡ ହିତାଧିକାରୀ ଏହି ସ୍ୱାସ୍ଥ୍ୟ ବୀମା କାର୍ଡର ସମସ୍ତ ସେବା ପାଇ ପରିବେ ବୋଲି ସରକାର ଘୋଷଣା କରିଥିଲେ। ଏ ପରିପ୍ରେକ୍ଷୀରେ ନୂଆପଡା ଜିଲ୍ଲା ସଦର ବ୍ଲକ ବେଲଟୁକୁରି ଗାଁର ଗାୟତ୍ରୀ ଏହି ସେବା ପ୍ରଥମ କରି ପାଇ ପାରିଛନ୍ତି। ଗତ କିଛି ମାସ ହେବ ଗାୟତ୍ରୀ ଲିଭର ଜନିତ ସମସ୍ୟାରେ ପିଡିତ ହୋଇ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ କିନ୍ତୁ ଅସ୍ତ୍ରୋପଚାର ପାଇଁ ତାଙ୍କୁ ବ୍ୟାପକ ପରିମାଣର ଅର୍ଥ ଆବଶ୍ୟକ ପଡିଯାଇଥିଲା l ତେବେ ସ୍ୱାସ୍ଥ୍ୟ ବୀମା କାର୍ଡ ନ ଥିବାରୁ ସେ ଅସ୍ତ୍ରୋପ୍ରଚାର କରି ପାରୁ ନଥିଲେ। ଏ ନେଇ ନୂଆପଡା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଜଣାଇ ଥିଲେ। ବିଧାୟକଙ୍କ ପରାମର୍ଶ କ୍ରମେ ଗାୟତ୍ରୀ ରାସନ କାର୍ଡ ଯୋଗେ ମଙ୍ଗଳବାର ରାୟପୁର ସ୍ଥିତ ରାମ କୃଷ୍ଣ କେୟାର ହସ୍ପିଟାଲକୁ ଅସ୍ତ୍ରୋପ୍ରଚାର ପାଇଁ ସ୍ଥାନାନ୍ତରିତ ହୋଇଛନ୍ତି। ତେବେ ଓଡିଶା ସରକାରଙ୍କ ଏଭଳି ଅନେକ ଯୋଜନା ସବୁକୁ ଉଚିତ ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇବେ ବୋଲି ବିଧାୟକ ଶ୍ରୀ ଢୋଲକିଆ ସୂଚନା ଦେଇଛନ୍ତି। ଗାୟତ୍ରୀ ଭଳି ଅନେକ ରୋଗୀ ଉଚ୍ଚତର ଚିକିତ୍ସା ପାଇଁ ଆଗାମୀ ଦିନରେ ମଧ୍ୟ ସ୍ୱାସ୍ଥ୍ୟ ବୀମା କାର୍ଡ ନ ଥିଲେ ମଧ୍ୟ ରାସନ କାର୍ଡ ଯୋଗେ ସ୍ୱାସ୍ଥ୍ୟ ବୀମା କାର୍ଡର ସମସ୍ତ ସୁବିଧା ଲାଭ କରି ପାରିବେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକ ଙ୍କ ଭଳି ଦକ୍ଷ ସୁଶାସକ ଙ୍କ ପ୍ରଚଳିତ ସୁ-ଫଳ ଜନହିତକର ଯୋଜନା ର ଏହା ହେଉଛି ଜ୍ୱଳନ୍ତ ଉଦାହରଣ lହିତାଧିକାରୀ ମାନେ ଗ୍ରାମାଞ୍ଚଳ ରେ ଏ ସବୁ ବିଷୟରେ ଜାଣିପାରୁନାହାନ୍ତି ଏଣୁ ରାଜ୍ୟ ସରକାର ଙ୍କ ଜନହିତକାରୀ ଯୋଜନା ଗୁଡିକ ର ଫାଇଦା କିଭଳି ଲୋକେ ପାଇ ପାରିବେ ସେ ନେଇ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ ର ସନ୍ଦେଶ ଦେବାପାଇଁ ଯତ୍ନବାନ ହେବାକୁ ବୁଦ୍ଧିଜୀବୀ ମହଲରେ ସରକାର ଙ୍କୁ ଅନୁରୋଧ କରାଯାଉଛି l

ନୂଆପଡା ଜିଲ୍ଲା ଇପିଏରୁ ଡେନିସ ରାୟ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.