ରାସନ କାର୍ଡ ଓ ସ୍ଥାୟୀପଟା ଦାବି ନେଇ ରଣପୁର ଜନସାଧାରଣଙ୍କ ବ୍ଲକ ତହସିଲ ଘେରଉ

ନବନିର୍ମାଣ କୃଷକ ସଙ୍ଗଠନ ଓ ଦଳିତ ଆଦିବାସୀ ସଂଘ ପକ୍ଷରୁ,ରଣପୁର N.A.C.ର ବର୍ଷ ବର୍ଷ ଧରି ରାସନ କାର୍ଡ ଓ ସ୍ଥାୟୀ ପଟା ପାଇଁ ବାରମ୍ବାର ଅଭିଯୋଗ ବ୍ଲକ ପ୍ରଶାସନ, ତହସିଲଦାର ଓ N.A.C.ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣେଇଲା ପରେ ମଧ୍ୟ,ଯୋଗ୍ୟ ହିତାଧିକାରୀ ମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ।କର୍ତ୍ତୃପକ୍ଷ ଭୂମିହୀନଙ୍କୁ ସ୍ଥାୟୀ ପଟା ଦେବାରେ ବିଳମ୍ବ କରୁଥିବାରୁ ଆଜି ଅପରାହ୍ନରେ ରଣପୁର N.A.C.ର ଶହ ଶହ ମହିଳା ଏବଂ ପୁରୁଷ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଅଧିକାର ପାଇଁ ବିକ୍ଷୋଭ ଧାରଣାରେ ବସିଥିଲେ।
ମଣ୍ଡଳ ଉନ୍ନୟନ ଅଧିକାରୀ ଓ ତହସିଲଦାର ବିକ୍ଷୋଭ କାରୀଙ୍କ ପାଖକୁ ଆସି,ଅକ୍ଟୋବର ମାସ ଶେଷ ସୁଧା ଯୋଗ୍ୟହିତାଧିକାରୀ ମାନଙ୍କୁ ରାସନ କାର୍ଡ ଓ ପଟା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଧାରଣାରୁ ଉଠିଥିଲେ।ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଯୁବ ଶାଖା ସଭାପତି ତଥା କଂଗ୍ରେସ ନେତା ସତ୍ୟବ୍ରତ ନାୟକ, ରଣପୁର ବାର ଆସୋସିଏସନର ସମ୍ପାଦକ ସତ୍ୟରଞ୍ଜନ ମତ୍ତା, ନବନିର୍ମାଣ କୃଷକ ସଂଗଠନ ସଂଯୋଜକ ଅଜୟ ମହାନ୍ତି,ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଂଜନ,ଦଳିତ ଆଦିବାସୀ ସଂଘ ନେତ୍ରୀ ତନୁଲତା ଭୋଇ, ନୟାଗଡ଼ ଜିଲ୍ଲା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ମୀର ଆବୁବକର ସିଦ୍ଧିକ, ସଞ୍ଜୟ ମହାନ୍ତି,ବସନ୍ତ କୁମାର ପ୍ରଧାନ, କୃପାସିନ୍ଧୁ ବେହେରା,ଲଷ୍ମୀଧର ନାୟକ,କୁନା ଦେଇ,ଜୟନ୍ତୀ ଦେଇ,ରାଣୀ ପ୍ରଧାନ,ଲାଷ୍ମୀପ୍ରିୟା ସତପଥୀ,ମମତା ରାଉତ ସମେତ ଶହ ଶହ ପୁରଷ ଓ ମହିଳା ଯୋଗଦେଇଥିଲେ।
ରଣପୁର ଇପିଏ ରୁ ବାଳକୃଷ୍ଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )