ରାସ୍ତା କଡ଼ ମାଂସ ଦୋକାନ ନେଇ ବଢୁଛି ଅସନ୍ତୋଷ, କୋମଳ ମତି ଶିଶୁ ଓ ମହିଳାଙ୍କ ଉପରେ ପଡୁଛି କୁ ପ୍ରଭାବ l

0 6

ସୁବର୍ଣ୍ଣପୁର : ରାସ୍ତା କଡ଼ରେ ବିକ୍ରି ହେଉଥିବା ମାଂସ ଦୋକାନ ଏବେ ସହରବାସୀଙ୍କ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରିଛି । ମାଛ ମାଂସ ବିକ୍ରି ପାଇଁ ପୌରପାଳିକା ପକ୍ଷରୁ ସ୍ଥାନିୟ ମଙ୍ଗଳବାର ବଜାର ପାଖରେ ଏକ ମାଛ ମାଂସ ବଜାର ନିର୍ମାଣ କରାଯାଇଛି । ଏହି ମାଛ ମାଂସ ବଜାରକୁ ଛାଡ଼ିଦେଲେ ଏବେ ସହରର ପ୍ରମୁଖ ରାସ୍ତା କଡ଼ରେ ମଧ୍ୟ ମାଂସ ଦୋକାନ ଛତୁ ଫୁଟିଲା ପରି ଖୋଲିଯାଇଛି । ସହର ର ଏଚ୍‌୫୭ ର ଝିଙ୍କି ଟିକିରା ହେଉ କି ବିରମହାରାଜପୁର -ସୋନପୁର ମୁଖ୍ୟରାସ୍ତା ର ଆଇଟିଆଇ କଲେକ ପାଖ ହେଉ । ତେବେ ସହର ର ରାସ୍ତା କଡ ଗୁଡିକ ର ଚତୁ ଫୁଟିଲା ଭଳି କୁକୁଡା ମାଂସ ଦୋକାନ ଗୁଡିକର କଥା ନ କହିବା ଭଲ । ସତେ ଯେପରି ପ୍ରସାସନ ର ଲଗାମ ନାହିଁ । ତେବେ ଏଠି ଦେଖାଯାଏ ଖସି ମାଂସ ଖାଇବା ଲୋଭରେ ଲୋକମାନେ ସାମ୍ନାରେ ଛେଳି କାଟିବା ପରେ ମାଂସ ନେଇଯାଉଛନ୍ତି । ମାତ୍ର ଏହାର କୁ ୍ରପ୍ରଭାବ ପଡ଼ୁଛି । ବିକ୍ରି ଲୋଭରେ ରାସ୍ତା କଡ଼ରେ ତାଲି ପକାଇ କିଛି ଲୋକ କଂସେଇଖାନା ଭଳି ରାସ୍ତା କଡ଼ରେ ଛେଳି କାଟୁଛନ୍ତି । ଛେଳିଗୁଡ଼ିକୁ ତଣ୍ଟି ଅଧା କାଟି ଦେଇ ଛଟପଟ ହେବା ଅବସ୍ଥାରେ ଛାଡ଼ି ଦେଉଛନ୍ତି । ତାପରେ ତାକୁ ମାରି ଟାଙ୍ଗି ଚମଡ଼ା ଉତାରି ବିକ୍ରି କରୁଛନ୍ତି । ମାଂସ ଖାଇବା ଲୋକ ଆଗ୍ରହରେ ନେଇଯାଉଛି । ମାତ୍ର ଏହାର ଶିକାର ହେଉଛନ୍ତି ସାଧାରଣ ଜନତା । ରାସ୍ତା ଉପରେ ଛେଳି କାଟିବା ସମୟରେ ସେହି ରାସ୍ତାରେ କୋମଳମତି ଶିଶୁ, ମହିଳା, ଗର୍ଭବତୀ ପ୍ରମୁଖ ଯାତାୟାତ କରୁଛନ୍ତି । ଏ ଦୃଶ୍ୟ ଦେଖିଲେ ମନରେ ବିକାର ଭାବ ସୃଷ୍ଟି ହେଉଛି । ବାଧ୍ୟ ହୋଇ ସେହି ସମୟରେ ସେମାନେ ମୁହଁରେ କପଡ଼ା ଦେଇଦେଉଛନ୍ତି । ମା ସହ ଯାଉଥିବା ଶିଶୁର ମୁହଁରେ ମା ତାର କାନି ଢ଼ାଙ୍କି ଦେଉଛି । କାରଣ ମା’ ଚାହୁଁ ନାହିଁ ଏଭଳି ବିଭତ୍ସ ଦୃଶ୍ୟ ତାର ଶିଶୁଟି ଦେଖୁ । ପୂର୍ବରୁ କାଁ ଭାଁ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିଲା । ମାତ୍ର ଏବେ ଏହି ରାସ୍ତା କଡ଼ରେ ମାଂସ ଦୋକାନ ଏତେ ମାତ୍ରାରେ ବଢ଼ି ଗଲାଣି ପ୍ରତି ୧୦୦ ରୁ ୨୦୦ ମିଟର ବ୍ୟବଧାନରେ ଦେଖା ଦେଉଛି । ମୁଖ୍ୟତଃ ବ୍ଲକ ଛକ ଠାରୁ ବସଷ୍ଟାଣ୍ଡ ଜିବା ରାସ୍ତା କଡ଼ରେ ଏଭଳି ଦୃଶ୍ୟ ବେଶି ଦେଖିବାକୁ ମିଳୁଛି ।ତେବେ ସୋନପୁର ପୌର ପ୍ରଶାସନ ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା । ସେମାନଙ୍କଠାରୁ ଦୈନିକ ଫି ମଧ୍ୟ ଆଦାୟ କରାଯାଉଛି । ମାତ୍ର ପୌରପାଳିକା ତାର ଦାୟିତ୍ୱ ଓ କର୍ତବ୍ୟ ଭୁଲି ଯାଉଛି । ମାଂସ କାଟିବା ପାଇଁ କଂସେଇଖାନାର ବ୍ୟବସ୍ଥା, ମାଂସ ଉପରେ ପୌରପାଳିକା ଇଙ୍କମ୍ପକ୍ଟକ୍ଟ କରି ଦର ଧାର୍ଯ୍ୟ ସହ ଯେଉଁମାନେ ଏହି ବ୍ୟବସାୟ କରୁଛନ୍ତି ଲାଇସେନ୍ସ ୍ରାପ୍ତ ହେବା କଥା, ସେତକ ହୋଇପାରିଲା ନାହିଁ । ପୂର୍ବରୁ ଏହି ମାଂସ କଟାଳୀମାନେ ତାଟି ଆଢ଼ୁଆଳରେ ତଣ୍ଟି କାଟୁଥିଲେ । ମାତ୍ର ଖାଣ୍ଟି ମାଂସ ପାଇବା ଲୋଭରେ ଗ୍ରାହକମାନେ କଣ କାଟୁଛି ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବାରୁ ଏବେ ରାସ୍ତା କଡ଼ରେ କାଟୁଛନ୍ତି । ପୌରପାଳିକାର କାଉନ୍ସିରଲ ପରିଷଦର କାର୍ଯ୍ୟକାଳ ଶେଷ ହେବାପରେ ପ୍ରଶାସନିକ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବା ପରେ ସେତେବେଳର ଜିଲାପାଳ ପୁର୍ବତନ ଜିଲ୍‌ଲାପାଳ ଏହା ଉପରେ ବୈଠକ ଡ଼କାଇ ଆଲୋଚନା କରିଥିଲେ । ରାସ୍ତା କଡ଼ରେ ମାଛମାଂସ ବିକ୍ରି ଉପରେ କଟକଣା ଜାରି କରିବା ସହ କେବଳ ମାଛମାଂସ ମାର୍କେଟରେ ବିକ୍ରି ହେବ ବୋଲି କହିଥିଲେ । ମାତ୍ର ସେକଥା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେଣୁ ଏବେ ପ୍ରଶାସନିକ ଦାୟିତ୍ୱରେ ଥିବା ନୁତନ ଜିଲାପାଳ ଘଟଣାର ଗୁରୁତ୍ୱକୁ ଉପଲବ୍ଧ କରି ଏହାକୁ କାର୍ଯ୍ୟକାରୀ କରି ।ରିଲେ ସହରବାସୀ ଏକ ସୁସ୍ଥ ଓ ନିରାମୟ ଜୀବନଯାପନ କରି ।ରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.