ରାସ୍ତା ଦୁର୍ଘଟଣା ରେ ସାମ୍ବାଦିକ ଆହତ l

0 11

ଦୈନିକ ପ୍ରଗତିବାଦୀର ବୌଦ୍ଧ ଜିଲ୍ଲା ପ୍ରତିନିଧି ନରେନ୍ଦ୍ର କୁମାର୍ ସାହୁ ଆଜି ସକାଳେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ଘ. 6.30 ମିନିଟ ସମୟରେ ସାମ୍ବାଦିକ ଶ୍ରୀ ସାହୁ ନିଜ ଗ୍ରାମରୁ ପ୍ରାତଃ ଭ୍ରମଣରେ ବାହାରି ଚାଲି ଚାଲି ଯାଉଥିବା ବେଳେ ଜାତୀୟ ରାଜପଥ ନମ୍ବର୍ 57 ର ବୀରନରସିଂପୁର୍ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା l ମାଛ ନେଇ ଆସୁଥିବା ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମର୍ଯାଦପୁର୍ ଗ୍ରାମର ବାଇକ ଆରୋହୀ ଜଣକ ଶ୍ରୀ ସାହୁଙ୍କୁ ଧକ୍କା ଦେବା ପରେ ସେ ମଧ୍ୟ ବାଇକ ସହ ପଡି ଯାଇଥିଲେ l ବାଇକ ଆରୋହୀଙ୍କୁ 108 ଆମ୍ବୁଲାନସ୍ ଯୋଗେ ବୌଦ୍ଧ ଡାକ୍ତରଖାନା ପଠା ଯାଇଥିବା ବେଳେ ଶ୍ରୀ ସାହୁ ମଧ୍ୟ ଡ଼ାକ୍ତର ଖାନାକୁ ଆସିଥିଲେ l ତାଙ୍କ ଦେହରେ ଆଘାତ ଲାଗିଥିଲେ ମଧ୍ୟ ସେ ସୁସ୍ଥ ଅନୁଭବ କରୁଥିବା ସୂଚନା ମିଳିଛି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.