ରାୟଗଡରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହେବ

0 3

“ଆଇନ ସଚେତନତା କରିବା ସହିତ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରାଯିବ”

ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ତା.୧୩/୧୧/୨୧ରିଖ ଦିନ ଜିଲ୍ଲାରେ ମେଗl ଆଇନ ସେବା ଶିବିର ଅନୁଷ୍ଠିତ ହେବ l ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରାୟଗଡ ଜିଲ୍ଲା ପ୍ରଶାସନ ସହାୟତାରେ ଅନୁଷ୍ଠିତ ହେବ l ଆଇନ ସେବା ପ୍ରାଧିକରଣ ଜିଲ୍ଲା ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ରଙ୍କ ଅନୁରୋଧ କ୍ରମେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆରକ୍ଷୀ ଅଧିକ୍ଷ୍ୟକ ରାୟଗଡ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମୋନାଥ ପ୍ରଧାନ,ଅତିରିକ୍ତ ପିଡ଼ି,ଡିଆରଡିଏ ଶ୍ରୀ ଭୀମସେନ ଶବର, ଉପଜିଲ୍ଲାପାଳ ରାୟଗଡ, ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୂଖ ଯୋଗଦାନ କରି ଆଲୋଚନା କରିଥିଲେ l ଏହି ଶିବିର ବିଷୟରେ ଜିଲ୍ଲାପାଳ ଶ୍ରୀ ମିଶ୍ର ସମସ୍ତ ଅଧିକାରୀ ମାନଙ୍କ ଅବଗତ କରିଥିଲେ l ଆଇନ ଉପରେ ସଚେତନତା କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ସଚେତନତା କରାଯିବ ଓ ହିତାଧିକାରୀ ମାନଙ୍କୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରାଯିବ l ଏଥିପାଇଁ ଜିଲ୍ଲା ସ୍ଥରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ବାରା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଏହି ଶିବିର ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ l ଏଥିରେ ଵିଶେଷ କରି ବାର୍ଦ୍ଧକ୍ଷ୍ୟ ,ବିଧବା, ଦିବ୍ୟlଙ୍ଗ ଭତ୍ତା, ଋଣ ଅନୁଦାନ ପତ୍ର,ଜଙ୍ଗଲ ଜମି ପଟ୍ଟା, ଅନ୍ତର୍ଜାତି ବୈବାହିକ ସହାୟତା,ଶିଶୁ ସୁରକ୍ଷା ଶୀକ୍ଷା ତରଫରୁ ଆଶୀର୍ବାଦ ଯୋଜନାରେ ସହାୟତା ପ୍ରଦାନ କରାଯିବ l ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୁରକ୍ଷା କବଚ ପ୍ରଦାନ କରାଯିବ ଓ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ତରଫରୁ ଆଦିମ ଜନଜାତି ମାନଙ୍କୁ ସହାୟତା ପ୍ରଦାନ କରାଯିବା l ଏହାସହିତ ବିଭିନ୍ନ ବ୍ଲକରେ ମଧ୍ୟ ଆଇନ ସହାୟତା ଶିବିର ଅନୁଷ୍ଠିତ ହେବ ଏବଂ ବିଭିନ୍ନ ସହାୟତା ପ୍ରଦାନ କରାଯିବ l ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦାନ କରିଥିଲେ l

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.