ରାୟଗଡ ପଞ୍ଚାୟତ ସମିତିର ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା ।

0 181

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଥିବା ୨୧ଟି ପଞ୍ଚାୟତର ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଜିଲ୍ଲା ପଞ୍ଚାୟତ ଅଫିସରଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।୭୧ହଜାର୫୫୨ଜଣ ଜନସଂଖ୍ୟା ବସବାସ କରୁଥିବା ରାୟଗଡ ବ୍ଲକ ୨୧ଟି ପଞ୍ଚାୟତର ୨୪୭ଟି ଓାର୍ଡକୁ ନେଇ ଗଠିତ ।୭୧ହଜାର୫୫୨ଜଣ ମଧ୍ୟରୁ ଅନୁସୂଚିତ ଜାତିର ଲୋକଙ୍କ ସଂଖ୍ୟା ୧୮୧୦,ଅନୁସୂଚିତ ଜନଜାତି ଲୋକଙ୍କ ସଂଖ୍ୟା ୫୮୦୧୭ ଓ ଅନ୍ୟାନ୍ୟ ଲୋକଙ୍କ ଜନସଂଖ୍ୟା୧୧୭୨୫ ଅଟେ । ୨୧ଟି ପଞ୍ଚାୟତ ଯଥା ଅମେଡା, ଏଙ୍ଗାରସିଂ, କଇଁପୁର, କରଡାସିଙ୍ଗି, କୁମୁଳସିଂ, କେରାଣ୍ଡି, ଗଙ୍ଗାବାଡ, ଗଣ୍ଡାହାତି, ଜଲାଙ୍ଗ, ଜିରାଙ୍ଗ, ଡମ୍ବାଳ, ତାଳମୁଣ୍ଡା, ନାରାୟଣପୁର, ପୁତ୍ତାର, ମାର୍ଲବା, ରାୟଗଡ, ସଉରା. କରଡାସିଂ, ସାନତୁଣ୍ଡି, ଲକ୍ଷ୍ମୀପୁର, ଲାଇଲାଇ ଓ ଲୋବା । ୨୧୦୬ ଜନସଂଖ୍ୟା ବିଶିଷ୍ଟ ଅମେଡା ପଞ୍ଚାୟତର ସରପଞ୍ଚ ର୍ ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି),୨୪୫୬ ଜନସଂଖ୍ୟା ଥିବା ଏଙ୍ଗାରସିଂ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି ) ଓ ସମିତି ସଭ୍ୟ ଆସନଟି (ଅନୁସୂଚିତ ଜନଜାତ-ମହିଳା),୪୯୧୮ ଜନସଂଖ୍ୟା ଥିବା କଇଁପୁର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା),୫୩୫୯ ଜନସଂଖ୍ୟା ଥିବା କରଡାସିଙ୍ଗି ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ ଆସନ( ଅନୁସୂଚିତ ଜନଜାତି),୨୦୧୦ଜନସଂଖ୍ୟା ଥିବା କୁମୁଳସିଂ ପଞ୍ଚାୟତର ସରପଞ୍ଚ ଆସନ(ଅଣସଂରକ୍ଷିତ ) ଓ ସମିତି ସଭ୍ୟ ଆସନ ଅନୁସୂଚିତ ଜନଜାତି ,୧୪୨୫ଜନସଂଖ୍ୟା ଥିବା କେରାଣ୍ଡି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା),୨୫୯୩ ଜନସଂଖ୍ୟା ଥିବା ଗଙ୍ଗାବାଡ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତିସଭ୍ୟ ଆସନଟି ଅନୁସୂଚିତ ଜନଜାତି ,୫୪୨୯ ଜନସଂଖ୍ୟା ଥିବା ଗଣ୍ଡାହାତି ପଞ୍ଚାୟତର ସରପଞ୍ଚ ଆସନ ଅନୁସୂଚିତ ଜନଜାତି ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା), ୧୯୬୨ଜନସଂଖ୍ୟା ବିଶିଷ୍ଟ ଜଲାଙ୍ଗ ପଞ୍ଚାୟତର ସରପଞ୍ଚଆସନ (ଅଣସଂରକ୍ଷିତ-ମହିଳା)ଓ ସମିତିସଭ୍ୟ ଆସନ( ଅନୁସୂଚିତ ଜନଜାତି -ମହିଳା),୪୯୮୧ଜନସଂଖ୍ୟା ଥିବା ଜିରାଙ୍ଗ ପଞ୍ଚାୟତର ସରପଞ୍ଚ ଆସନ ଓ ସମିତି ସଭ୍ୟ ଆସନ(ଅନୁସୂଚିତ ଜନଜାତ-ମହିଳା) ,୩୬୭୫ଜନସଂଖ୍ୟା ଥିବା ଡମ୍ବାଳ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି) ,୨୩୯୦ ଜନସଂଖ୍ୟା ଥିବା ତାଳମୁଣ୍ଡା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା),୩୨୨୭ ଜନସଂଖ୍ୟା ଥିବା ନାରାୟଣପୁର ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି),୩୩୮୬ ଜନସଂଖ୍ୟା ଥିବା ପୁତ୍ତାର ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା),୩୩୪୦ ଜନସଂଖ୍ୟା ଥିବା ମାର୍ଲବା ପଞ୍ଚାୟତର ସରପଞ୍ଚ ଆସନ (ଅଣସଂରକ୍ଷିତ) ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି),୫୩୪୩ ଜନସଂଖ୍ୟା ଥିବା ରାୟଗଡ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜାତି-ମହିଳା) ଓ ସମିତିସଭ୍ୟ (ଅନୁସୂଚିତ ଜନଜାତି-ମହିଳା),୩୩୯୬ ଜନସଂଖ୍ୟା ଥିବା ସଉରା କରଡାସିଂ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି) ,୩୧୭୯ ଜନସଂଖ୍ୟା ଥିବା ସାନତୁଣ୍ଡି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା) ,୪୬୯୫ ଜନସଂଖ୍ୟା ଥିବା ଲକ୍ଷ୍ମୀପୁର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି),୩୧୫୮ ଜନସଂଖ୍ୟା ଥିବା ଲାଇଲାଇ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ( ଅନୁସୂଚିତ ଜନଜାତି -ମହିଳା) ଏବଂ ୨୫୧୪ ଜନସଂଖ୍ୟା ଥିବା ଲୋବା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ(ଅନୁସୂଚିତ ଜନଜାତି) ବର୍ଗର ପ୍ରାର୍ଥୀ ମାନଙ୍କ ନିମନ୍ତେ ସଂରକ୍ଷିତ ରହିଛି । ରାୟଗଡ ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନଟି (ଅନୁସୂଚିତ ଜନଜାତି-ମହିଳା) ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଛି ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.