ରୁମାଗଡ ଗ୍ରାମରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ

0 3

ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ଗ୍ରାମ ର କାଳୀ ମନ୍ଦିର ପରିସରରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ୨୦୦ ରୁ ଉର୍ଦ୍ଧ୍ବ ପରିବାର ବିଜେପି ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସମିତି ସଭ୍ୟା ଆରତୀ ବିଷୋୟୀ , ଗୌରହରି ବିଷୋୟୀ ଏବଂ ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ବିଷୋୟୀଙ୍କ ନେତୃତ୍ୱରେ ନାଏବ ସରପଞ୍ଚ କମଳା ସାହୁଙ୍କ ସମେତ ୱାର୍ଡ ସଭ୍ୟ ରାମଚନ୍ଦ୍ର ସାହୁ , ରାମଚନ୍ଦ୍ର ମହାରଣା , କାଳୁ ଜେନା, ଧୋବା ଜେନା , ଗୌରହରି ଜେନା , ପିତାମ୍ବର ଜେନା ଓ ଜୟରାମ ବିଷୋୟୀ , ୱାର୍ଡ ସଭ୍ୟା ସୁନ୍ଦରୀ ସେଠୀ , ସୁମିତ୍ରା ନାୟକ , ମୋତି ବିଷୋୟୀ , ପୂର୍ବତନ ସରପଞ୍ଚ ପ୍ରତାପ ସେଠୀ , ପୂର୍ବତନ ସମିତି ସଭ୍ୟ ବିନ୍ଦୁସେନ ସେଠୀ , ଗନ୍ଧର୍ବ ଜେନା , ଗଣେଶ ସାହୁ , ଅଭିମନ୍ୟୁ ମହାନ୍ତି , ଚନ୍ଦ୍ର ମୋହନ ବିଷୋୟୀ , ପ୍ରକାଶ ପାତ୍ର , ବାବୁ ଦଳବେହେରା , ଗୋବିନ୍ଦ ମହାରଣା , ଦିଲ୍ଲୀପ କୁମାର ପ୍ରଧାନ ପ୍ରମୁଖ ୨୦୦ ରୁ ଉର୍ଦ୍ଧ ପରିବାର ବିଜେପି ତ୍ୟାଗ କରି ବିଜୁଜନତା ଦଳରେ ସାମିଲ ହୋଇଥିବା ଘୋଷଣା କରିଥିଲେ। ପୋଲସରା ବିଧାୟକ ଶ୍ରୀ ସାହୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରି ସମସ୍ତ ଙ୍କୁ ବିଜୁ ଜନତା ଦଳ କୁ ସ୍ୱାଗତ କରିବା ସହ ବିଜୁ ଜନତା ଦଳରେ ଗ୍ରହଣ କରାଯାଇଥିବା ଘୋଷଣା କରିଥିଲେ। ବିଜେଡ଼ିର ଏହି ମିଶ୍ରଣ ପର୍ବରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଅଶୋକ ବିଷୋୟୀ , ଗୌରହରି ବିଷୋୟୀ , ଆରତୀ ବିଷୋୟୀ , ଜିଲ୍ଲାପରିଷଦ ସଦସ୍ୟ ଜଗନ୍ନାଥ ବେହେରା , ରୁନୁ ବିଷୋୟୀ , ପ୍ରହଲ୍ଲାଦ ବିଷୋୟୀ , ଦେବରାଜ ପାତ୍ର , ମହିଳା ବିଜେଡି ସଭାନେତ୍ରୀ ଝୁନୁ ଦାସ , ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ , ଉପାଧ୍ୟକ୍ଷା ସଞ୍ଜୁକ୍ତା ବାଡତ୍ଯା , ସମାଜ ସେବୀ ଜଗନ୍ନାଥ ବାଢେଇ , ସାଂସଦ ପ୍ରତିନିଧି ମୋଚିରାମ ସାହୁ , ନଗର ଯୁବ ସଭାପତି ସନ୍ତୋଷ ବେହେରା , ପ୍ରତାପ ପ୍ରଧାନ , ପ୍ରଶାନ୍ତ ଦାସ, ଧନୁ ପାଳ , ବୁଗୁଡା ବ୍ଳକ ଉପସଭାପତି ଟୁକୁନା ସ୍ବାଇଁ ପ୍ରମୁଖଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

ଗଞ୍ଜାମ ଜିଲ୍ଲା ପୋଲସରା ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.