ରେଲ ରହଣୀ ଦାବିରେ ରେଲରୋକ, ଅଧାବାଟ ଟ୍ରାକରେ ଅଟକିଲା ଅହମଦାବାଦ – ହୱଡା

0 9

ସମ୍ବଲପୁର ଜିଲ୍ଲା ଗଡ଼ପୋଷ ରେଳ ଷ୍ଟେସନ ଠାରେ ମହାମାରୀ କରୋନା ପୂର୍ବରୁ ରହଣିଥିବା ୩ଟି ଏକ୍ସପ୍ରେସ ଟ୍ରେନ ଗୁଡିକର ପୁନଃ ରହଣି ଦାବି ଓ ନୂତନ ଭାବେ ଅନ୍ୟ ଏକ ଟ୍ରେନ ରହଣି ଦାବି ନେଇ ରେଳ ରୋକ ହୋଇଛି। ଏହି ସମୟରେ ଅଧାବାଟ ଟ୍ରାକରେ ଅଟକିରହିଛି ଅହମଦାବାଦ ହୱଡା ଟ୍ରେନ। ପୂର୍ବରୁ ରେଲ ବିଭାଗକୁ ବାରମ୍ବାର ପତ୍ର ମାଧ୍ୟମରେ ଜଣାଇବା ସତ୍ୱେ ବିଭାଗ ରେଲ ରହଣି ପାଇଁ କୌଣସି ପଦକ୍ଷେପ ନ ନେବାରୁ ରେଲ ରୋକ କରିଛି ଗଡପୋଷ ରେଲ ସଂଘର୍ଷ କମିଟି। ରେଲ ବିଭାଗ ଲୋକଙ୍କ କଥାକୁ କର୍ଣ୍ଣପାତ କରି ନଥିବାରୁ ଆଜି ଚରମ ପଦକ୍ଷେପ ନେଇ ରେଲ ରୋକ କରିଛନ୍ତି କମିଟିର କର୍ମ କର୍ତ୍ତା ଓ ଗ୍ରାମବାସୀ । ଅଭିଯୋଗ ପରେ ରେଲ ରୋକୋ ପାଇଁ ଅନେକ ନିଷ୍ପତ୍ତି ନିଆଯାଇଥିବା ବେଳେ, ରେଳ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନର ପଦାଧିକାରୀ ଦୃଢ଼ ପ୍ରତିଶ୍ରୁତି ଦେବା ପରେ ରେଲ ରୋକୋ ସ୍ଥଗିତ କରାଯାଇଥିଲା । ହେଲେ ରେଲ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା କରି ପାରି ନଥିବାରୁ, ପୁଣି ଗଡପୋଷ ରେଲ ସଂଘର୍ଷ କମିଟି ପକ୍ଷରୁ ଆଜି ପୂର୍ବରୁ ରହୁଥିବା ୩ଟି ରେଲ ତପସ୍ବିନୀ ଏକ୍ସପ୍ରେସ, ରାଜ୍ୟରାଣୀ ଏକ୍ସପ୍ରେସ, ଇସ୍ପାତ ଏକ୍ସପ୍ରେସ ଉଚ୍ଛେଦ ପ୍ରତ୍ୟାହାର ସହ ନୂତନ ଭାବେ ରାଜେନ୍ଦ୍ର ନଗର ଦୁର୍ଗ ସାଉଥବିହାର ରହଣୀ ପାଇଁ ରେଲ ରୋକ କରାଯାଇଛି। ଗଡପୋଷ ଷ୍ଟେସନରେ ଏକ୍ସପ୍ରେସ ରେଲ ଗୁଡିକ ରହୁ ନଥିବାରୁ ଅଞ୍ଚଳର ଜନସାଧାରଣ ତଥା ଗରିବ ଆଦିବାସୀ ଲୋକେ ଅନେକ ସମସ୍ୟା ର ସମ୍ମୁଖୀନ ହେଉଥିବାରୁ ବାଧ୍ୟ ହୋଇ ସକାଳ ୬ ଟା ରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଲ ପର୍ଯ୍ୟନ୍ତ ରେଳରୋକ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦୀର୍ଘ ଦିନର ଦାବି ଏବଂ ଅଞ୍ଚଳର ବୃହତ ସ୍ୱାର୍ଥ ପାଇଁ ଜନସାଧାରଣ ରେଲ ରୋକୋରେ ସାମିଲ ହୋଇଛନ୍ତି।

କୁଚିଣ୍ଡା ଇପିଏ ରୁ ଗଗନ ଶର୍ମାଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.