ରୋଟାରୀ କ୍ଲବ ପୁରୀ ସାଗରର ଅଧିଷ୍ଠାନ ଦିବସ

0 5

ରୋଟାରୀ କ୍ଲବ୍ ଅଫ୍ ପୁରୀର ସାଗରର ତୃତୀୟ ଅଧିଷ୍ଠାନ ଦିବସ ସ୍ଥାନୀୟ ହଲିଡେ ରିସୋର୍ଟ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରକୁ ମୁଖ୍ୟ ଅତିଥି ଭାବେ ରୋଟାରୀର ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଦିଲ୍ଲୀପ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରୋଟାରୀ କ୍ଲବ୍ ଅଫ୍ ପୁରୀ ସାଗରର ୨୦୨୦-୨୧ର ସଭାପତି ରୋଟାରିଆନ ଯୁଧିଷ୍ଠିର ଲେଙ୍କା, ସମ୍ପାଦକ ରୋଟାରିଆନ ହିମାଂଶୁ ମୋହନ ମହାନ୍ତି ୨୦୨୧-୨୨ର ସଭାପତି ରୋଟାରିଆନ ସରୋଜ କୁମାର ପାଣିଗ୍ରାହୀ ଓ ସମ୍ପାଦକ ରୋଟାରିଆନ ଅରୁଣକାନ୍ତ ଗଜେନ୍ଦ୍ରଙ୍କୁ ବେଲ୍‌ ଓ କଲର ପ୍ରଦାନ ପୂର୍ବକ ଦାୟିତ୍ବ ହସ୍ତାନ୍ତର କରିଥିଲେ।

ଏହି ଅବସରରେ ଏଠାରେ ୧୦ ଜଣଙ୍କୁ କ୍ଲବର ନୂତନ ସଭ୍ୟଭାବେ ସ୍ବାଗତ ପୂର୍ବକ ପିନ୍‌ ପ୍ରଦାନ କରାଯିବା ସହିତ ନୂତନ ବୋର୍ଡ ଅଫ୍‌ ଡାଇରେକ୍ଟରଙ୍କୁ ମଧ୍ୟ ପିନ୍‌ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ରୋଟାରିଆନ ଲେଙ୍କା ସ୍ବାଗତ ଭାଷଣ ଦେଇଥିବା ବେଳେ ହିମାଂଶୁ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସେହିପରି ଏଠାରେ ସାମାଜିକ କର୍ମୀ ଗୋବିନ୍ଦ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଲବ୍ର ସ୍ମରଣିକା ‘ସାଗର’ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଶେଷରେ ଉପ-ସଭାପତି ରୋଟାରିଆନ ଦାମୋଦର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଚାର୍ଟର ସଭାପତି ରୋଟାରିଆନ ଅଶୋକ କୁମାର ପାତ୍ର ପରିଚାଳନା କରିଥିବା ବେଳେ ପୂର୍ବତନ ସାଂସଦ ତଥା ରୋଟାରିଆନ ସୁରେନ୍ଦ୍ର ଟାପୁରିଆ, ଆସନ୍ତା ବର୍ଷର ସଭାପତି ଧବଳେଶ ମହାପାତ୍ର, ଶ୍ୟାମକାହ୍ନା ପଟ୍ଟନାୟକ, କୃଷ୍ଣଚନ୍ଦ୍ର ସାହୁ, ପ୍ରକାଶ ଚନ୍ଦ୍ର ନାୟକ, ପ୍ରମୋଦ ସ୍ବାଇଁ, ଦିଲିପ ତ୍ରିପାଠୀ, ଶ୍ୟାମ ସୁନ୍ଦର ମହାପାତ୍ର, ଗଣେଷ ଚନ୍ଦୁକା, ଭବାନୀ ମହାପାତ୍ର, ରାଜଦୀପ ଘୋଷ, ଚନ୍ଦନ ପାତ୍ର, ବାସୁଦେବ ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.