ରୋଟାରୀ କ୍ଲବ ମିଡ ଟାଉନ ର ଅଧିଷ୍ଠାନ ଉତ୍ସବ

0 13

ବ୍ରହମପୁର : ରୋଟାରୀ କ୍ଲବ ସାରା ବିଶ୍ୱରେ ନିଜର ହଜାର ହଜାର ଶାଖା ଓ ଲକ୍ଷ ଲକ୍ଷ ସଦସ୍ୟ ସଦସ୍ୟା ଙ୍କ ମ।ଧ୍ୟମରେ କୋଟି କୋଟି ଅସହାୟଙ୍କ ସେବା କରିଆସୁଛି ଏଣୁ ଏପରି ମହାନ୍ କ୍ଲବ୍ ର ସଭାପତି ଭାବେ ବ୍ରହ୍ମପୁର ସହର ର ବହୁ ଉନନତିମୂଳକ କାର୍ଯ୍ୟ କରାଯିବ ବୋଲି ଆଜି ଏହାର ୪୪ତମ ଅଧିଷ୍ଠାନ୍ ଉସ୍ତଵ୍ ଅବସରରେ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରି ବିସିଷ୍ଟ ସମାଜ ସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଥିଲେ।
ମୁଖ୍ୟ ଅତିଥି ଭାବେ ଲୋକ ସେବକ ମଣ୍ଡଳ ର ଆଜୀବନ ସଭ୍ୟ ଶ୍ରୀ ରାଜେନ୍ଦ୍ର ଜେନା ଯୋଗ ଦେଇ ରୋଟାରୀ କ୍ଲବ ର କାର୍ଯ୍ୟ କୁ ପ୍ରସଂଶା କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡ ଅମୂଲ୍ୟ ପଧାନ ଯୋଗ ଦେଇ ଶିକ୍ଷା ଓ ଶିକ୍ଷକ ଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। ଅନ୍ୟ ତମ ଅତିଥି ଭାବେ ରୋଟାରି ଆସିଷ୍ଟାଣ୍ଟ ଗଭ୍ରରନର ଶ୍ରୀ ପ୍ରଦୀପ ପଣ୍ଡା ଯୋଗ ଦେଥିବାବେଳେ ବିଦାୟ ସଭାପତି ଶ୍ରୀ ମହେନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ହରିପ୍ରସାଦ ମାଳନା ବିବରଣୀ ପାଠ କରିଥିଲେ ନୂତନ ସମ୍ପାଦକ ସଞ୍ଜୟ ସାବତ ଧନ୍ୟବାଦ ପ୍ରଦାନ କରିଥିଲେ।୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସଭାପତି ଶ୍ରୀ ସାବତ ଓ ଅତିଥି ମାନେ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ସର୍କିଟ ହାଉସ ସମ୍ମିଳନୀ ପ୍ରକୋଷ୍ଠ ରେ ଅନୁଷ୍ଠିତ କାର୍ଯ୍ଯ କ୍ରମ କୁ ଶ୍ରୀ ଉଦୟ ପ୍ରଧାନ, ପ୍ରଭାକର ସାହୁ, ଗୋଦାବରି ଦାସ, ପ୍ରଭାକର ରାଓ, କେ ସି ସାହୁ ପ୍ରମୁଖ ପରିଚ।ଲାନା କରିଥିଲେ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.