ରୋଟାରୀ କ୍ଲବ ରାଇରଙ୍ଗପୁର, ରୟାଲ୍ ପକ୍ଷରୁ ବିଶ୍ବ ପୋଲିଓ ଦିବସ ପାଳିତ

0 5

ରାଇରଙ୍ଗପୁର : ରୋଟାରୀ କ୍ଳବ ରାଇରଙ୍ଗପୁର ରୟାଲ୍ ପକ୍ଷରୁ ରୋଟାରୀ ଭବନ ଠରେ ବିଶ୍ବ ପୋଲିଓ ଦିବସ ପାଳିତ ହୋଇଯାଇଅଛି ।ରୋଟାରୀ କ୍ଲବ୍ ର ସଭାପତି କାଳିପ୍ରସନ୍ନ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ରୋଟାରୀଆନ୍ ଅରବିନ୍ଦ ବାଗାଡିଆ,ବିକାଶ ଭୁତ୍,ବିଷ୍ଣୁ ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପୋଲିଓ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସଦସ୍ୟ ମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନଙ୍କୁ ରୋଟାରୀ କ୍ଲବ ପକ୍ଷରୁ ମାସ୍କ ବଣ୍ଟନ କରାଯାଇଥିଲା । ରୋଟାରୀ କ୍ଲବ, ରାଇରଙ୍ଗପୁର ର ଏତାଦୃଶ ସଚେତନତା କାର୍ଯ୍ୟକୁ ସହର ବାସୀ ପକ୍ଷରୁ ପ୍ରଶଂସା କରାଯାଇଛି ।

ରାଇରଙ୍ଗପୁର ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.