ଲକ୍ଷଣପଲ୍ଲୀ ଠାରେ ପୋଲସରା ଥାନା ପକ୍ଷରୁ “ଆମ ପୋଲିସ ସମିତି” ବୈଠକ

0 12

ପୋଲସରା ଥାନା “ଆମ ପୋଲିସ ସମିତି” ବୈଠକ ଅନୁଷ୍ଠିତ ହୋଇଯାଇଛି । ଲକ୍ଷଣପଲ୍ଲୀ ଗ୍ରାମର ରାଜଶ୍ରୀ ବଳାସୀ ସମାଜ ଗୃହରେ ଅନୁଷ୍ଠିତ ହୋଇଥିଲା। ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ପୋଲସରା ଥାନା ସହସହକାରୀ ଆରକ୍ଷୀ ନିରୀକ୍ଷିକ ବାବୁଲାଲ ରାଉଳ ଏବଂ ସହସହକାରୀ ଆରକ୍ଷୀ ନୀରିକ୍ଷକ ପୁରୁଷୋତ୍ତମ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ବିଶେଷ ଭାବେ ଟ୍ରାଫିକ ସମସ୍ୟା ଓ ସାଇବର ଠକେଇ ବିଷୟରେ ଆଲୋଚନା ହୋଇଥିଲା। ଏଥିସହ ଗୁଣିଗାରେଡି ଭଳି ଅନ୍ଧ ବିଶ୍ବାସ ଠାରୁ ଦୂରେଇ ରହିବା, ଶିଶୁ ଶ୍ରମିକଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନକରିବା,ମୋବାଇଲ ଦ୍ବାରା ନିଜର ବ୍ଯାଙ୍କ ସମ୍ପର୍କିତ ତଥ୍ୟ ନଦେବା, ନାରୀ ନିର୍ଯ୍ୟାତନା ପ୍ରଭୃତି ବିଷୟ ନେଇ ଆଲୋଚନା କରାଯାଇ ଜନସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ଲୁଲୁ ପ୍ରଧାନ, ନାରାୟଣ ସାହୁ, ମନୋଜ କୁମାର ସାହୁ, ରଞ୍ଜନ କୁମାର ସାହୁ, ସୁଶାନ୍ତ ପ୍ରଧାନ, ପ୍ରଶାନ୍ତ କୁମାର ସାହୁ,ଶମିର ସାହୁ ସମେତ ଲକ୍ଷଣପଲ୍ଲୀ ଗ୍ରାମର ବହୁ ଜନସାଧାରଣ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ପୋଲସରା (ଗଞ୍ଜାମ) ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.