ଲଗାଣ ବର୍ଷା ଯୋଗୁଁ ରସଂଗ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଅନେକ ପରିବାର ଜଳମଗ୍ନ ଅବସ୍ଥାରେ ହନ୍ତସନ୍ତ
ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ରାସଂଗ ପଞ୍ଚାୟତ ର ଓସ୍ତିଆ,ବସନ୍ତ ପୁର, ଗୋଛବାରି ଭଳି କିଛି ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଅନେକ ଘରେ ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେଣି।ପ୍ରାୟ ୪ଘଣ୍ଟା ଧରି ଅନେକ ପରିବାର ର ଲୋକେ ଘରୁ ପାଣି ଚ୍ଛେଦେଇ ବାରେ ଲାଗିଛନ୍ତି ତ କେହି କେହି ବନ୍ଧଦେବାରେ ଲାଗିଛନ୍ତି।ଆଉକିଛି ଲୋକ ନିରୁପାୟ ହୋ ପରିବାର ଙ୍କୁ ନେଇ ଉଚ୍ଚା ସ୍ଥାନରେ ବସିରହିଛନ୍ତି। ଅନେକଙ୍କ ଚୁଲି ମଧ୍ୟ ଲଗିପରିନାହିଁ।ସଂପୂଣ୍ଣ ଗ୍ରାମରେ ଅଣ୍ଠୁଏ ପ୍ରଜ୍ୟନ୍ତ ପାଣି ବୋହିବାର ଲାଗିଛି।ସରୀସୃପ ଙ୍କୁ ଡରି ଲୋକେ ଡରରେ ଜୀବନ ବିତାଉ ଛନ୍ତି। ଗାଇ ଗୋରୁ,ଛେଳି ,ମେଣ୍ଢି ଙ୍କ କଥା ନକହିବା ଭଲ।ଆଜିବି ଇନ୍ଦିରା ଆବାସ ରୁ ବଞ୍ଚିତ ଥିବା ପରିବାର ସବୁଠୁ ବେଶୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଆଉ କହିଛନ୍ତି ଯେ ଏ ଅନେକ ଥର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।ଏହି ଗ୍ରାମର ଗୁଡ଼ିକର ସ୍କୁଲ ଘର,ଅଙ୍ଗନୱାଡ଼ି ଘର,ମଣ୍ଡପ,ସବୁ ପୋଖରୀ, କୂଅ ବୁଡି ଯାଇଥିବା ଦେଖାଯାଇଛି।ସବୁଠାରୁ ବଡ଼ କଥା ହେଲା କହିବା ପାଇଁ କଷ୍ଟ ଥିଲେ ମଧ୍ୟ ପିଇବା ପାଣି ଟୋପାଏ ବି ମିଳୁନାହିଁ।ଦୁଇଟି ଗ୍ରାମର,ରବି ବେହେର,ସୁଷମା ମହାରଣା,କୁତର୍ଥ ସାହୁ, ମନୋରମା ଦେଇ,କୈଳାଶ ମିଶ୍ର, ଶଶି ଦେଇ,ଶରତ ନାୟକ,ଜଗବନ୍ଧୁ ସେଠୀ, ହରିଜନ ସାହି ସହିତ ଅନେକଙ୍କ ଘରେ ପାଇଁ ପଶିଥିବାର ଦେଖା ଦେଇଛି।
ନୟାଗଡ ଜିଲ୍ଲା ଗଣିଆ ରୁ ବ୍ରଜ କିଶୋର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

