ଲଗାଣ ବର୍ଷା ରେ ଖ୍ୟୟଖ୍ୟତି ର ଦାବି ଜିଲାପାଳ ଙ୍କୁ ଜଣାଇଲେ ସରପଞ୍ଚ।ବାସ୍ତବ ଚିତ୍ର ଅଲଗା

0 14

ଗତ ଲଗାଣ ବର୍ଷା ରେ ପ୍ରଭାବିତ ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ବେଦଦୃତି ପୃଷ୍ଠି ବ୍ୟପକ ଖ୍ୟୟଖ୍ୟତି ର ଅଭିଯୋଗ ଜିଲ୍ଲା ପାଳଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି। ବାସ୍ଥବରେ କିନ୍ତୁ ଚିତ୍ର ଅଲଗା ବୋଲି ଗ୍ରାଉଣ୍ଟ ଜିରୋ ରିପୋର୍ଟ ରୁ ଜଣାଜାଇଛି।
କନିମୂଳ ପଞ୍ଚାୟତ ରୁ ସଂଗୃହିତ ଖବର ରୁ ଜଣାପଡିଛି ଯେ ଏହି ପଞ୍ଚାୟତରେ ପ୍ରାୟ କିଛି ଖ୍ୟୟ ଖ୍ୟତି ହୋଇ ନାହିଁ।ଜମିବାଡ଼ି ରୁ ବର୍ଷା ଜଳ ହ୍ରାସ ଘଟିଛି। କାଁଭାଁ ପରିବାର ଆଶ୍ରୟ ସ୍ଥଳିରେ ଥିବା ବେଳେ କାହାର ବାସଗୃହ ଭାଗିଂ ନାହିଁ, କେବଳ ଅଛପର ପଶୁ ଗୁହଳ ଆଶିଂକ ଖ୍ୟତି ଘଟିଥିବା ଗ୍ରାମ ବାସୀ ମାନେ କହିଛନ୍ତି। ଦୁଇ ଦିନ ପରେ ଅବସ୍ଥା ସମ୍ପୂର୍ଣ୍ଣ ସୁଧୁରି ଗଲାଣି ହସିଲାଣି ଖେତରେ ସବୁଜ ଧାନଫସଲ। ପନିପରିବା ଓ ମାଛ ଚାଷୀ ଙ୍କ ର ବେଉସା ଏଠି ଉଜୁଡି ଯାଇଛି l

ତିର୍ତୋଲ ଇପିଏରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.