ଲଗାଣ ବର୍ଷା ର ପ୍ରଭାବ ରେ ଅସ୍ତବ୍ୟସ୍ତ ଜନ ଜୀବନ

0 6

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।ଗାଁ ଦାଣ୍ଡ ରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚ ର ପାଣି ପ୍ରଭାହିତ ହେଉଥିବା ବେଳେ ଲୋକେ ଯିବା ଆସିବା ରେ ଅସୁବିଧା ର ସମୁଖୀନ ହେଉଛନ୍ତି ।ପୁରୀ ଜିଲ୍ଲାର ଗୋପ, କାକଟପୁର, ଅସ୍ତରଙ୍ଗ, କୋଣାର୍କ ବାଲି ଦୋକାନ ଠାରୁ ତଣ୍ଡାହର ପର୍ଯ୍ୟନ୍ତ ପ୍ରାୟ ୩୫ ରୁ ଉର୍ଦ୍ଧ୍ବ ଗାଁ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ଅଛି।ତେବେ ସମ୍ପୂର୍ଣ୍ଣ ଗାଁ ବାହ୍ୟ ଜଗତ ରୁ ବିଚ୍ଛିନ୍ନ ହୋଇ ପଡିଥିବା ବେଳେ ସେବା ସଂଗଠନ କୋଣାର୍କ ପକ୍ଷରୁ ଶୁଖିଲା ଖାଦ୍ୟ ଚୁଡା, ଚିନି, ଅମୁଲ, ବିସକେଟ, ମଶା ଧୂପ, ଦିଆସିଲି,ମହମବତୀ ଇତ୍ୟାଦି 10 ଦିନ ପାଇଁ ଦିଆଯାଇଛି । ହରଚଣ୍ଡୀ ଗ୍ରାମ ହରିଜନ ସାହିରେ ପାଣି ଘେରରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା.ତେବେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.