ଲଘୁଚାପ ଜନିତ ବର୍ଷାରେ ନଷ୍ଟ ହୋଇଥିବା ଫସଲର କ୍ଷତି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

0 22

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ତରଫରୁ ବ୍ରହ୍ମପୁରସ୍ଥିତ ଜିଲ୍ଲା କୃଷି ଉପ – ନିର୍ଦ୍ଧେଶକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଛଅ ଦଫା ଦାବୀପତ୍ର ଦିଆଯାଇଛି l ଗତ ଚାରୀ ଦିନ ତଳର ଲଗାଣ ଲଘୁଚାପ ବର୍ଷା ଫଳରେ ଜିଲ୍ଲାର ଧାନ ଓ ପରିବା ଚାଷ ଯେଉଁପରି ଭାବରେ ନଷ୍ଟ ହୋଇଯାଇଛି, ତାରି ଫଳରେ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି l କଟା ହୋଇଥିବା ଧାନ, ବର୍ଷା ପାଣି ଦ୍ଵାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି l ବଳକା ଧାନ ଗଛରେ ବର୍ଷା ପାଣି ମାଡିଯିବା ଫଳରେ ଧାନ ଗୁଡ଼ିକ ଅଗାଡି ହୋଇଯିବ l ମୂଲ୍ୟବାନ ପରିବା ଫସଲ ମଧ୍ୟ ଏହି ଲଘୁଚାପ ବର୍ଷା ଫଳରେ ନଷ୍ଟ ହୋଇଛି l ଗଞ୍ଜାମ ଜିଲ୍ଲାର ନବେ ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି l ଗୋଟିଏ ବର୍ଷର ଚାଷ ଉଜୁଡିଗଲେ ଚାଷୀଙ୍କ ପରିବାର ଯେଉଁ ଆର୍ଥିକ କ୍ଷତିଗ୍ରସ୍ତ ହେବେ, ତା’ଫଳରେ ଜିଲ୍ଲାରେ ଅନାହାର ଓ ଦାଦନ ସଂଖ୍ୟା ବୃଦ୍ଧି ପାଇବ l ଜନ ସଂଖ୍ୟାର ଏକ ବୃହତ ଭାଗ ଗରିବର ସୀମାରେଖା ତଳକୁ ଚାଲିଯିବେ l ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇ ଥିବା ଦାବୀ ପାତ୍ରରେ ମଜଦୂର କଂଗ୍ରେସ ଦାବୀ କରୁଛି ଯେ,(1)ଉଜୁଡି ଯାଇଥିବା ଧାନ ଫସଲର ଏକର ପିଛା ଦଶ ହଜାର ଟଙ୍କା ଓ ପାରିଵା ଫସଲର ଏକର ପିଛା ପନ୍ଦର ହଜାର ଟଙ୍କା କ୍ଷତିପୂରଣ ଦିଆଯାଉ (2)ପ୍ରତି ପଂଚାୟତକୁ ଗୋଟିଏ ୟୁନିଟ ଭାବେ ଗ୍ରହଣକରି କ୍ଷୟକ୍ଷତିର ଆକଳନ କରାଯାଉ (3)ଧାନର FAQ ମାନକୁ କୋହଳ କରି ବଂଚି ଯାଇଥିବା ଧାନକୁ କ୍ରୟ କରାଯାଉ (4)ଚାଷୀଙ୍କ ଖରିଫ ଋଣ ଛାଡ଼ କରାଯାଉ (5)ଆଗାମୀ ରବି ଫସଲ ପାଇଁ ବୀହନ ସହ ଚାଷୀ ଙ୍କୁ ଋଣ ପ୍ରଦାନ କରାଯାଉ (6)ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଚାଷୀଙ୍କୁ ପାଞ୍ଚ ମାସ ପାଇଁ ଅଧିକ 10kg ରାସନ ଯୋଗାଇ ଦିଆଯାଉ ବୋଲି ଦାବୀ କରାଯାଇଛି l ଏହି କାର୍ଯ୍ୟକ୍ରମ ଶ୍ରୀ ପୀତବାସ ପଣ୍ଡାଙ୍କ ନେତୃତ୍ୱରେ ହୋଇଥିଲା, ଏଥିରେ ଭୋକାଲି ସେଠି, ପ୍ରମୋଦ ଜେନା, ସୁବାସ ରାଉତ, ସାଇପ୍ରସାଦ ପାତ୍ର, ଉଦୟ ପାଣିଗ୍ରାହୀ, ରବି ଅଧିକାରୀ, ସୁଧୀର ମହାରଣା,ପ୍ରଶାନ୍ତ ସାହୁ, କୃଷ୍ଣ ମହାପାତ୍ର, ସନ୍ତୋଷ ପୋଲେଇ,k ମୁନା ଦୋରା,ସୁନିତା ସାହୁ,ସୁଚିତ୍ରା ଦାଶ, ସୌଭାଗ୍ୟ ପ୍ରଧାନ,ପ୍ରମୁଖ ଯୋଗ ଦେଇଥିଲେ l

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.