ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁରୀରେ ଜନଜୀବନ ଅସ୍ଥବ୍ୟସ୍ଥ

0 6

ଗତ ରାତି ରୁ ଲଗାତାର ଭାବେ ବର୍ଷା ଲାଗି ରହିଥିବା ବେଳେ ତଳିଆ ଅଞ୍ଚଳ ଗୁଡିକରେ ବର୍ଷା ଜଳ ଜମି ରହିବା ଫଳରେ ସମସ୍ୟା ଦେଖାଦେଇଛି | ଲଗାଣ ବର୍ଷା ଯୋଗୁଁ ଦୋକାନ ବଜାର ପ୍ରାୟତଃ ବନ୍ଦ ରହିଥିବା ବେଳେ ଗାଡି ମୋଟର ଚଳାଚଳ ଉପରେ ମଧ୍ୟ ପ୍ରଭାବ ପଡିଛି | ବିଶେଷତଃ ବାଲି ଉପର ବସ୍ତି, ସୁଜାତା ନଗର, ବଳିଆ ପଣ୍ଡା ବସ୍ତି, ମାଟିତୋଟା ଆଦି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଦେଖାଦେଇଥିବା ବେଳେ ସ୍ଥାନୀୟ ବାସିନ୍ଦା ହନ୍ତସନ୍ତ ହୋଇଛନ୍ତି | ବଙ୍ଗୋପ ସାଗର ରେ ସୃଷ୍ଟି ଏହି ଲଘୁଚାପ ଫଳରେ ଆଜି ଏବଂ ଆସନ୍ତାକାଲି ବର୍ଷା ଲାଗି ରହିବାକୁ ଥିବାବେଳେ ଆକାଶ ସମ୍ପୂର୍ଣ ମେଘାଛନ ରହିଛି | ସେପଟେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁ ପୁରୀ କୁ ଭ୍ରମଣ ରେ ଆସିଥିବା ପର୍ଯ୍ୟଟକ ମାନେ ବେଶ ଅସୁବିଧା ସମୁଖୀନ ହୋଇ ଚନ୍ତି । ତେବେ ରବିବାର ଶ୍ରୀମନ୍ଦିର ରେ ଦର୍ଶନ ବ୍ୟବସ୍ଥା ବନ୍ଦ ଥିବା ରୁ ବଡ଼ ଦାଣ୍ଡ ଜନଶୂନ୍ୟ ରହିଛି।

ପୁରୀ ଇପିଏ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.