ଲଘୁଚାପ ଯୋଗୁ ପୁରୀ ରେ ରେକର୍ଡ 341 ମିମି ବର୍ଷା

0 5

ଲଘୁଚାପ ଯୋଗୁ ପୁରୀ ରେ ପ୍ରବଳ ବର୍ଷା, ଫଳରେ ପୁରୀ ସହର ର କିଛି ଅଞ୍ଚଳ ଏବଂ ତଳିଆ ଅଞ୍ଚଳରେ ବର୍ଷା ଜଳ ଜମି ରହିଛି। ଅନେକ ଜାଗା ରେ 3 ରୁ 4 ଫୁଟ ପାଣି ଜମି ରହିଥିବା ଯୋଗୁ ଲୋକ ମାନେ ଯିବା ଆସିବା କରି ପାରୁନାହାନ୍ତି। ବିଶେଷ ପୁରୀ ର ସୁଜାତା ନଗର , ମାଟି ତୋଟା , ବାଲି ଘାଟ , ବଳିଆ ପଣ୍ଡା , ଆଦି ଅଞ୍ଚଳରେ ଲୋକ ମାନେ ଜଳ ବନ୍ଦୀ ହୋଇ ପଡିଛନ୍ତି । ଗତକାଲି ରାତି ରୁ ମୁଷଳ ଧାରା ରେ ପୁରୀ ରେ ବର୍ଷା ଲାଗି ରହିଛି। ସେପଟେ ପ୍ରବଲ ବର୍ଷା କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ବନ୍ଦ କରାଯାଇଛି। ସ୍ଥିତି ଉପରେ ପ୍ରଶାସନ ସତର୍କ ଦୃଷ୍ଟି ରଖି ଥିବା ବେଳେ କୋଭିଡ ଟୀକାକରଣ ବ୍ୟବସ୍ଥା ଯେଭଳି ବାଧାପ୍ରାପ୍ତ ନ ହୁଏ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.