ଲଷ୍ମୀଧର ବାବୁ ଏବେ ସ୍ମୃତି ର ମଣିଷ।

0 34

ଏ ଦୁନିଆ ଏକ ରଙ୍ଗମଞ୍ଚ ଏବଂ ଆମ୍ଭେମାନେ ଏହାର ଜଣେ ଜଣେ କଳାକାର, କିନ୍ତୁ କିଛି କଳାକାର ତାଙ୍କର ଜୀବନ୍ତ ଅଭିନୟ ଦ୍ୱାରା ରଙ୍ଗମଞ୍ଚ ସ୍ଥ ନାଟକଟିକୁ ଚିରସ୍ମରଣୀୟ କରିଦେଇଥାନ୍ତି। ଜୀଵନର ଏପରି ନାଟକରେ ପରାକାଷ୍ଠା ଦେଖାଇଥିବା ଏକ ପ୍ରତିଭାବାନ ବ୍ୟକ୍ତି ଥିଲେ ଆମ ସମସ୍ତ ଙ୍କର ଅତ୍ୟନ୍ତ ପ୍ରିୟ ଗୁରୁଜଙ୍ଗର ଲକ୍ଷ୍ମୀଧର ଭାଇ ଇ ପି ଏ ର ବରିଷ୍ଠ ସାମ୍ବାଦିକ। ଏକ ବନ୍ଧୁ ବସ୍ଥଳ, ନିର୍ମଳ ହୃଦୟ ର ବ୍ୟକ୍ତିତ୍ବ। ଆମ ସମସ୍ତଙ୍କୁ ଛାଡି ଅଣଲେଉଟାପୁରକୁ ଚାଲିଯାଇଛନ୍ତି। ସମୟର ଗତି ଵଡ଼ ଵିଚିତ୍ର, ଏଇ ଭିତରେ ଏକ ବର୍ଷ ବିତିଗଲାଣି। ବର୍ତ୍ତମାନ ତାଙ୍କ ଦେହବସାନର ବର୍ଷ ପୁରାଣୀ ହେବାକୁ ଯାଉଛି। କଣ ବା ତାଙ୍କ ପାଇଁ ଲେଖିବି। ଜୀବନ ସରଣୀ କର୍ମ ଯାହାର ମାନଦଣ୍ଡ ଥିଲା, କର୍ମ ସମ୍ପାଦନା ରେ ଯିଏ ଥିଲେ ଅକୁଣ୍ଠିତ ପଥିକ। ଈର୍ଷା ଅହଂକାର ଯାହାକୁ ସ୍ପର୍ଶ କରିପାରିନଥିଲା। ସାମ୍ବାଦିକ ତା ଥିଲା ତାଙ୍କର ପେଶା , ସମାଜର ପ୍ରତ୍ୟେକ ଟି ଘଟଣାକୁ ନିଜ କଲମ ମୁନରେ ଛଂଦାୟିତ କରିବାରେ ସେ ଥିଲେ ଧୁରିଣ। ଜଣେ ଉଚକୋଟିର କଳକାର ସାଙ୍ଗକୁ ପୌରପରିଷଦର ଦୁଇଥର ନିର୍ବାଚିତ କାଉନସିଲର ଭାବେ ତାଙ୍କର କାର୍ଯ୍ୟ ଧାରା ପ୍ରସଂସନୀୟ ଥିଲା। ତାଙ୍କର ପବିତ୍ର ଆତ୍ମା ଜଗନ୍ନାଥ ଙ୍କ ପଦାରବିନ୍ଦ ରେ ମୋକ୍ଷ ଲାଭ କରିଥିବା ବୋଲି ଆଶା। ସେ ଥିଲେ ଜଣେ ସାର୍ଥକ ମଣିଷ ମାତ୍ର ଆଜି ପାଲଟିଗଲେ ସ୍ମୃତି ର ମଣିଷ।
ଉମାଶଙ୍କର ପ୍ରସାଦ
ଖୋର୍ଦ୍ଧା, ସ୍ତମ୍ବକାର

Leave A Reply

Your email address will not be published.